fbpx

ରାଜ୍ୟ SC ଓ ST ବିକାଶ ବିଭାଗରେ ନିଯୁକ୍ତି: DEO, ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିକାଶ ବିଭାଗ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇବା ସହିତ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ଆସନ୍ତା ମାସ ୯ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାର୍ଥୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ ।

ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ, ରିସର୍ଚ୍ଚ ଇନଭେଷ୍ଟିଗେଟର ଓ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦରେ ନିଯୁକ୍ତି ଦିଆଯିବ । ରିସର୍ଚ୍ଚ ଆସୋସିଏଟ ପାଇଁ ୨ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ସେହିପରି ରିସର୍ଚ୍ଚ ଇନଭେଷ୍ଟିଗେଟର ପାଇଁ ୨ଟି ପଦ ଖାଲି ଥିବାବେଳେ ପ୍ରାର୍ଥୀଙ୍କୁ ମାସିକ ବେତନ ୩୫ ହଜାର ଓ ଡିଇଓ ପାଇଁ ଗୋଟିଏ ପଦ ଖାଲି ଥିବାବେଳେ ପ୍ରାର୍ଥୀଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ ।

ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆନଥ୍ରୋପୋଲୋଜି / ଟ୍ରାଇବାଲ ଷ୍ଟଡିଜ / ସୋସିଆଲ ୱାର୍କ / ସୋସିଓଲୋଜି / ଲିଙ୍ଗୁଇଷ୍ଟିକ / ଲିଟରେଚରରେ ମାଷ୍ଟର ଡିଗ୍ରୀ କରିଥିବେ । ଏଥିସହିତ କାର୍ଯ୍ୟ କ୍ଷେତ୍ରରେ ୨/୩ ବର୍ଷର ଅଭିଜ୍ଞତା ରହିଥିବ । ରିସର୍ଚ୍ଚ ଇନଭେଷ୍ଟିଗେଟର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆନଥ୍ରୋପୋଲୋଜି / ଟ୍ରାଇବାଲ ଷ୍ଟଡିଜ / ସୋସିଆଲ ୱାର୍କ / ସୋସିଓଲୋଜି / କିମ୍ବା ଅନ୍ୟ କୌଣସି ପ୍ରାସଙ୍ଗିକ ବିଷୟରେ ମାଷ୍ଟର ଡିଗ୍ରୀ କରିବା ସହିତ କାର୍ଯ୍ୟ ଅଭିଜ୍ଞତା ରହିଥିବ । ଡିଇଓ ପଦ ପାଇଁ ପ୍ରାର୍ଥୀ ବ୍ୟାଚେଲର ଡିଗ୍ରୀ ସହିତ ମାଇକ୍ରୋଶଫ୍ଟ ଅଫିସ ଓ ଟାଇପିଂ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://www.scstrti.in/images/current/tender/ToR-for-Research-Staff.pdf

Get real time updates directly on you device, subscribe now.