fbpx
BJD
BJD SKY
BJD SKY

(Video) ଟନେଲ ଭିତରୁ Good News! ଅଳ୍ପ ସମୟ ଭିତରେ ଉଦ୍ଧାର ହେବେ ଶ୍ରମିକ: ମିଳିବ ନୂଆ ଜୀବନ

BJD

ନୂଆଦିଲ୍ଲୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରୁ ଏବେ ଏକ ବଡ଼ ଖୁସି ଖବର ମିଳିଛି । ୧୭ ଦିନରୁ ଫସି ରହିଥିବା ଶ୍ରମିକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ସମ୍ଭାବନା । ପୁଣି ମିଳିଯାଇଛି ଉଦ୍ଧାର ହେବାର ନୂଆ ଆଶା । ଉଦ୍ଧାରକାରୀ ଦଳର ‘ର୍ୟାଟ୍ ହୋଲ ମାଇନିଙ୍ଗ’ ଉପାୟ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇ ବାହାରକୁ ଆସିପାରନ୍ତି ବୋଲି ସୂଚନା ମିଳିଛି । ୧୭ ଦିନର ଅନ୍ଧକାର ପରେ ଆଜି ନୂଆ ସୂର୍ଯ୍ୟୋଦୟ ଦେଖିବେ ୪୧ ଜଣ ଶ୍ରମିକ । ଶ୍ରମିକମାନଙ୍କ ପାଖରୁ ଆଉ ମାତ୍ର ୫-୬ ମିଟରୁ ଦୂରରେ ରହିଛି ଉଦ୍ଧାରକାରୀ ଦଳ । ଖୁବଶୀଘ୍ର ସେମାନଙ୍କ ପାଖରେ ପହଞ୍ଚି ଶ୍ରମିକମାନଙ୍କୁ ଟନେଲ ଭିତରୁ ବାହାର କରିପାରନ୍ତି ରେସ୍କ୍ୟୁ ଟିମ୍ ।

ରିପୋର୍ଟ ଅନୁସାରେ, ୧୨ ତାରିଖରେ ଟନେଲ ଭୁଷୁଡ଼ି ପଡ଼ିବାରୁ ଏହା ତଳେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ତେବେ ସେହି ଦିନରୁ ସେମାନଙ୍କୁ ଉଦ୍ଦାର କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ବାରମ୍ବାର ବିଭିନ୍ନ ସମସ୍ୟା ସୃଷ୍ଟି ହେବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରକୁ ବାହାରି ପାରିନାହାନ୍ତି ଏହି ଶ୍ରମିକ । ତେବେ ଏବେ ସେହି ସମୟ ପାଖେଇ ଆସୁଛି । ଆଉ ଅଳ୍ପ ସମୟ ମଧ୍ୟରେ ଶ୍ରମିକ ମାନେ ଟନେଲ ଭିତରୁ ବାହାରି ପାରନ୍ତି । ଅଗର ମେସିନ ଭାଙ୍ଗିଯିବା ପରେ ହାତରେ ଖେଳିବା ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ତେବେ ର୍ୟାଟ୍ ହୋଲ ମାଇନିଙ୍ଗ ପ୍ରକ୍ରିୟାରେ ପ୍ରାୟ ୫୦ ମିଟରରୁ ଅଧିକ ଖୋଳା ସରିବା ପରେ ଏବେ ମିଳିଛି ଖୁସି ଖବର । ଫସି ରହିଥିବା ଶ୍ରମିକମାନଙ୍କ ପାଖରୁ ଆଉ ମାତ୍ର ୫-୬ ମିଟର ଦୂରରେ ରହିଛନ୍ତି ରେସ୍କ୍ୟୁ ଟିମ୍ ।

ମାଇକ୍ରୋ ଟନଲିଙ୍ଗ ବିଶେଷଜ୍ଞ କ୍ରିସ କୁପର ଏ ନେଇ ସୂଚନା ଦେଇଛନ୍ତି ଯେ, ‘କାଲି ରାତିରେ ଅଧିକ ସମୟ ଖୋଳା ଯାଇଥିଲା । ତେବେ ଏହି ସମୟରେ କୌଣସି ସମସ୍ୟା ହୋଇ ନଥିଲା । ସେଥିପାଇଁ ଅଧିକ ବାଟ ଖୋଳିବାରେ ସକ୍ଷମ ହୋଇପାରିଲୁ ।’ ତେବେ ବର୍ତ୍ତମାନ ଶ୍ରମିକମାନଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ୫-୬ ମିଟର କୋଳିବାକୁ ପଡ଼ିବ । ତେଣୁ କୌଣସି ସମସ୍ୟା ନ ରହିଲେ ଆଉ ଖୁବ କମ୍ ସମୟ ମଧ୍ୟରେ ସାରାର ଦେଶକୁ ଏକ ବଡ଼ ଏବଂ ଖୁସି ଖବର ମିଳିପାରେ ।

Get real time updates directly on you device, subscribe now.