fbpx
BJD SKY
BJD SKY

ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨୪ଟି ଗାଡ଼ି

BJD

କରଞ୍ଜିଆ: ରାଜ୍ୟରେ ଏକ ସାବଧାନ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରଞ୍ଜିଆ ଅଂଚଳର ମହୁଲଡିହା ଥାନା ପରିସରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୨୪ଟି ବାଇକ ଜଳିଯାଇଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୨୪ଟି ଯାନ ଜଳି ଯାଇଛି । ସେଥିମଧ୍ୟରୁ ୧୮ଟି ବାଇକ, ଗୋଟିଏ ୪ ଚକିଆ ଗାଡି, ୨ଟି ଅଟୋ ଅନ୍ତର୍ଭୁକ୍ତ ରହିଛି । ଏହାବ୍ୟତୀତ କିଛି ସାଇକେଲରେ ନିଆଁ ଲାଗିବାରୁ ପୋଡ଼ିଯାଇଛି । ଅଳିଆଗଦାରେ ଲାଗିଥିବା ନିଆଁ ବ୍ୟାପିଯାଇ ଏହି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବା କଥା ଜଣା ପଡ଼ିଛି ।ତେବେ ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଁଚି, ଅଗ୍ନିକାଣ୍ଡକୁ ଆୟତ୍ତ କରିଛନ୍ତି ।

 

Get real time updates directly on you device, subscribe now.