fbpx
BJD SKY
BJD SKY

ମୁଁ ଡାକ୍ତର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ: ଆପଣ ଡାକ୍ତର ନୁହନ୍ତି ଭଗବାନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ବିଭିନ୍ନ ସ୍ୱଭାବର ଲୋକମାନେ ବସବାସ କରୁଛନ୍ତି । କିଏ ମାତ୍ର ଟଙ୍କାଟେ ପାଇଁ ଅନ୍ୟର ଜୀବନ ନେଉଛି ତ ଆଉ କିଏ କଷ୍ଟୋପାର୍ଜିତ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଗରିବଙ୍କୁ ଦାନ କରିଦେଉଛି । ତେବେ ଏଭଳି ଜଣେ ମହାନ ଡାକ୍ତର ଜନ୍ମ ନେଇଛନ୍ତି ସମ୍ବଲପୁର ଜିଲ୍ଲାରେ । ଲୋକଙ୍କୁ ମାତ୍ର ଏକ ଟଙ୍କାରେ ଚିକିତ୍ସା ପ୍ରଦାନ କରୁଥିବା ଏହି ଡାକ୍ତର ପୁଣି ଲୋକଙ୍କ ହୃଦୟକୁ ଜୟ କରିବାରେ ସକ୍ଷମ ହୋଇଛନ୍ତି ।

ବୁର୍ଲା ଭିମସାରରେ କାର୍ଯ୍ୟରତ ସହକାରୀ ପ୍ରଫେସର ଶଙ୍କର ରାମଚନ୍ଦାନି ପୂର୍ବରୁ ଟଙ୍କିକିଆ କ୍ଲିନିକକୁ ନେଇ ଲୋକଙ୍କ ହୃଦୟକୁ ଜୟ କରିପାରିଥିଲେ । ତେବେ ଏହା ମଧ୍ୟରେ ତାଙ୍କର କ୍ଲିନିକ ତୃତୀୟ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ସେ ପୁଣି ଏକ ନିଆରା କାର୍ଯ୍ୟ କରିଛନ୍ତି । ରାମଚନ୍ଦାନୀଙ୍କ କାରରେ ଲେଖା ଅଛି ‘ମୁଁ ଡାକ୍ତର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ ।’ ଏହି ମହତ ବାର୍ତ୍ତା ଦେଇ ଆଜି ଏହି ଦେବଦୂତ ସମ ଡାକ୍ତର ରୋଗୀଙ୍କ ପାଇଁ ନିଜର ସେବାକୁ ଉତ୍ସର୍ଗ କରିଛନ୍ତି ।

ବର୍ତ୍ତମାନ ସମୟରେ ବିଭିନ୍ନ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ନପାଇ ଅନେକ ସମୟରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେଣୁ ଏ କ୍ଷେତ୍ରରେ ଡାକ୍ତର ରାମଚନ୍ଦାନି ଏକ ବିରଳ ଉଦାହରଣ ପାଲଟିଛନ୍ତି । ଯଦି ସବୁ ଡାକ୍ତରମାନେ ରାମଚନ୍ଦାନିଙ୍କ ପଥକୁ ଅନୁସରଣ କରିବେ, ତେବେ ବହୁ ଗରିବ ଶ୍ରେଣୀର ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରନ୍ତେ ।

Get real time updates directly on you device, subscribe now.