fbpx

ଯୁବକଙ୍କ ମୃତ୍ୟୁ ପାଇଁ ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ପୋଲିସ ଗାଡି

ଭଦ୍ରକ,୧୩ ।୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ । ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳ କାଣ୍ଡ ।ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଅଲିନଗର ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଅବରୋଧ ସ୍ଥାନକୁ ଆସିଥିବା ଭ୍ୟାନକୁ ପୋଡିବା ସହ ପୋଲିସଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକ । ଚୋର ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

ତେବେ ପୂର୍ବ ମାମଲାକୁ ନେଇ ଯୁବକଙ୍କୁ ଗିରଫ ପାଇଁ ଆସିଥିଲା ପୋଲିସ । ଖସିଯିବା ବେଳେ ଘର ନିକଟ ଗାଡ଼ିଆରେ ପଡ଼ି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କିନ୍ତୁ ପୋଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଅଲିନଗର ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।

Get real time updates directly on you device, subscribe now.