fbpx

Video: ଟ୍ରେନରେ ବେଆଇନ ଭାବେ ଚାଲାଣ ହେଉଥିଲା ସିଲିଣ୍ଡର, ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ, ୨୦ ଆହତ

ମଦୁରାଇ: ତାମିଲନାଡୁର ମଦୁରାଇ ରେଲୱେ ଷ୍ଟେସନ ପାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରେଲୱେ ଷ୍ଟେସନ ପାଖରେ ଠିଆ ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଟ୍ରେନଟି ଲକ୍ଷ୍ନୌରୁ ରାମେଶ୍ୱରମ ଯାଉଥିଲା । ଏହି ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗିଥିଲା । ରେଲୱେ ଅଧିକାରୀଙ୍କ କହିବା କଥା ନିଆଁ ସକାଳ ୫.୧୫ରେ ଲାଗିଥିଲା । ଯେତେବେଳେ ଟ୍ରେନ ଅନ୍ୟ ଏକ ଟେନ ଲାଇନରେ ଠିଆ ହୋଇଥିଲା । ତେବେ ନିଆଁ କିପରି ଲାଗିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଟ୍ରେନରେ ନିଆଁ ଲାଗିଛି ସେତେବେଳେ ଅନ୍ୟ ଏକ ଟ୍ରେନ ଲାଇନରେ ଅଉ ଏକ ଟ୍ରେନ ଯାଉଥିବା ଦେଖିବାକୁ ମିଳିଛି । ନିଆଁ ଲାଗିବା ପରେ ଲୋକମାନେ ପାଟି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେତେବେଳେକୁ ବଗିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

 

Get real time updates directly on you device, subscribe now.