fbpx

ଏମ୍ସରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର, ପ୍ରସ୍ତାବକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

AAKASH

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଭୁବନେଶ୍ୱର ଏମ୍ସ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରରେ ଜଣେ ଷ୍ଟେସନ୍‌ ଅଫିସରଙ୍କ ସମେତ ୧୦ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ୧୦ଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । ଏମସ୍‌ ପରି ଏକ ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ କଟକ ଏସସିବି ମେଡିକାଲ କଲେଜ ,ବ୍ରହ୍ମପୁର ଏମେକସିଜି ମେଡିକାଲ କଲେଜ ଏବଂ ବୁର୍ଲା ଭିମସାରରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି । ସାରା ରାଜ୍ୟରେ ବର୍ତ୍ତମାନ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି ।

Get real time updates directly on you device, subscribe now.