fbpx
BSKY
BJD SHG SKY
BJD YOUTH SKY

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଚୋରି: ମୋବାଇଲ୍ ଦୋକାନରୁ ଲକ୍ଷେ ୪୦ହଜାର ଆଇ-ଫୋନ୍‌ ନେଇ ଚମ୍ପଟ୍ ମାରିଲେ ଯୁବତୀ, ସିସିଟିଭ ଫୁଟେଜକୁ ଆଧାର କରି ଧରିଲା ପୁଲିସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୋବାଇଲ୍‌ ଦୋକାନରୁ ଦାମୀ ଆଇ ଫୋନ୍‌ କିଣିବା ପରେ ଟଙ୍କା ନଦେଇ ଜଣେ ଯୁବତୀ ଫେରାର୍‌ ହୋଇଯାଇଥିବା ସହୀଦନଗର ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌କୁ ଆଧାର କରି କମିଶନରେଟ୍‌ ପୋଲିସ୍‌ ଯୁବତୀ ଜଣଙ୍କୁ ଥାନାରେ ଅଟକ ରଖିଛି । ପରେ ଯୁବତୀଙ୍କ ପରିବାର ଲୋକେ ଫୋନ୍‌ ବାବଦରେ ଟଙ୍କା ଭରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଭୁବନେଶ୍ୱର ସହିଦନଗରରେ ଥିବା ଏକ ମୋବାଇଲ ଦୋକାନରେ ଗତକାଲି ଅତ୍ୟାଧୁନିକ ପୋଷାକରେ ଥିବା ଜଣେ ଯୁବତୀ ପହଂଚିଥିଲେ । କିଛି ମୋବାଇଲ୍‌ ଦେଖିବା ପରେ ୧ ଲକ୍ଷ ୪୦ହଜାର ଟଙ୍କାର ଏକ ଆଇ ଫୋନ୍‌ କିଣିଥିଲେ । ମାତ୍ର ବିଲ୍‌ ଦେବା ବେଳେ କୌଶଳ କ୍ରମେ ଚମ୍ପଟ୍‌ ମାରିଥିଲେ । ଟଙ୍କା ଦେଲା ବେଳକୁ ଏଟିଏମ କାର୍ଡ ଖରାପ ହୋଇଯାଇଛି ବୋଲି କହିଥିଲେ । ଘରକୁ ଆସନ୍ତୁ , ବାପାଙ୍କ ଏଟିଏମରୁ କାଢିକି ଦେବି ବୋଲି କହିବା ପରେ ଯୁବତୀଙ୍କ ସାଙ୍ଗରେ ଦୋକାନ ପିଲାଙ୍କୁ ପଠାଇଥିଲେ ଦୋକାନ ମାଲିକ । ମାତ୍ର ଅଧାରାସ୍ତାରେ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ସହୀଦନଗର ଥାନାରେ ମୋବାଇଲ ଦୋକାନୀ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀଙ୍କ ପାଖରେ ପହଂଚିଥିଲା । ଯୁବତୀଙ୍କ ଅଟକ ରଖିଥିବା ବେଳେ ପରିବାର ଲୋକ ଦୋକାନୀଙ୍କୁ ଟଙ୍କା ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.