fbpx

ବାଣ ଦୋକାନ ସିଲ୍: ଲାଗିଗଲା ୨୦ ହଜାର ଫାଇନ୍

ପାଲଲହଡା, ୪ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ପାଲଲହଡା ମୁଖ୍ୟ ବଜାରରେ ଖୋଲାଥିବା ୨ଟି ବାଣ ଦୋକାନ ସିଲ୍ କରାଯାଇଛି । ବାରଣ ସତ୍ୱେ ବାଣ ଦୋକାନ ଖୋଲିବାକୁ ବନ୍ଦ କରିଛି ଉପଖଣ୍ଡ ପ୍ରଶାସନ । ଦୁଇ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଫାଇନ୍ ମଧ୍ୟ ଆଦାୟ ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.