fbpx
BJD
BJD SKY
BJD SKY

ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ

BJD

ୱାଶିଂଟନ,୩ ।୪: ଆମେରିକାର ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ କ୍ୟାପିଟାଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଜଣେ ସନ୍ଦିଗ୍ଧ କାର ଚାଳକ ୨ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା । ଗୁଳି ବିନିମୟରେ ସନ୍ଦିଗ୍ଧ କାର୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ୟୁଏସ କ୍ୟାପିଟାଲରେ ଲକଡାଉନ୍ ଘୋଷଣା କରାଯାଇଥିଲା । ୟୁଏସ୍ କ୍ୟାପିଟାଲକୁ ସଂଯୋଗ କରୁଥିବା କିଛି ରାସ୍ତା ମଧ୍ୟ ବନ୍ଦ କରାଯାଇଥିଲା । ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.