fbpx
BSKY
BJD MC SKY
BJD YOUTH SKY

ଦୁର୍ଘଟଣା ସମୟରେ ତୁରନ୍ତ କରନ୍ତୁ First aid , ସର୍ବପ୍ରଥମେ ଏହି ଅଂଶର କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ଭାରତରେ ସଡକ ଦୁର୍ଘଟଣା ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କଥା କେବଳ ସଡକ ନିୟମ ଅନୁସରଣ କରିବାକୁ ନେଇ ନୁହେଁ ବରଂ ଲୋକଙ୍କ ମଧ୍ୟରେ ଦୁର୍ଘଟଣା ପରେ ପ୍ରାଥମିକ ଉପଚାର ସଂପର୍କିତ ସଚେତନତାକୁ ନେଇ ମଧ୍ୟ ରହିଛି । ଆଜି ଆମେ ଏଠି କେବଳ ସଡକ ଦୁର୍ଘଟଣାରେ ଫାଷ୍ଟ ଏଡ୍ ବିଷୟରେ ଆଲୋଚନା କରିବା ଓ ଜାଣିବା କିପରି ସାମାନ୍ୟ ସତର୍କତା ଓ ପ୍ରସ୍ତୁତି ଜଣଙ୍କ ଜୀବନ ବଞ୍ଚାଇ ଦେଇପାରିବ । ଏହି କ୍ରମରେ ଆଜି ଆମେ ଜାଣିବା କି ଗାଡିରେ ଫାଷ୍ଟଏଡ୍ ବକ୍ସ ରଖିବା କାହିଁକି ଜରୁରୀ ଓ ଏଥିରେ କ’ଣ କ’ଣ ରଖିବା ଉଚିତ ।
ଫାଷ୍ଟ ଏଡ୍ ବକ୍ସରେ କ’ଣ ରଖିବେ?

-ବିଭିନ୍ନ ଆକାରରେ ବ୍ୟାଣ୍ଡେଜ୍
-କଇଁଚି, ପଟ୍ଟି
-ଡ୍ରେସିଂ କିଟ୍‌
-କ୍ରିପ୍ ରୋଲ୍ ବାର୍
-ଡିସପୋଜେବଲ୍ ଗ୍ଲୋଭସ୍
-ସେଫ୍ଟି ପିନ୍
-ବସ୍ତ୍ର, ଦଉଡି, ସିଟ୍ ବେଲ୍ଟ  ଇତ୍ୟାଦି

ପ୍ରାଥମିକ ଉପଚାର କିପରି କରିବେ?

-ସର୍ବପ୍ରଥମେ ଯେଉଁ ସ୍ଥାନରୁ ରକ୍ତସ୍ରାବ ହେଉଛି ତାହାକୁ ଚେକ୍ କରନ୍ତୁ ଓ ରକ୍ତ ପ୍ରବାହକୁ ବନ୍ଦ କରନ୍ତୁ । ପଟ୍ଟି କିମ୍ବା କପଡାର ମୋଟା ପ୍ୟାଡ୍ କ୍ଷତ ସ୍ଥାନରେ ଚାପି ରଖନ୍ତୁ ।
-ହସ୍ପିଟାଲକୁ ଫୋନ୍ କରନ୍ତୁ ।
-ପୀଡିତକୁ ଧୀରେ ଧୀରେ ଭୂମି ଉପରେ ଶୁଆନ୍ତୁ ।
-ଏହାପରେ ତାଙ୍କୁ ଗୋଟିଏ ପଟକୁ କରିଦିଅନ୍ତୁ ।
-ରକ୍ତ ପ୍ରବାହ ହେଉଥିବା ସ୍ଥାନକୁ ଉପରକୁ କରି ରଖନ୍ତୁ ।
-କ୍ଷତର ଚାରିପଟେ ପ୍ୟାଡ୍ ଲଗାନ୍ତୁ ଓ ପଟି ବାନ୍ଧନ୍ତୁ ।
-ଛାତି, ବେକ ଓ ଅଣ୍ଟା ଭାଗରେ ପିନ୍ଧିଥିବା କପଡାକୁ ଢିଲା କରି ଦିଅନ୍ତୁୁ ।
-ଯଦି ପୀଡିତ ଠିକ୍ ଭାବରେ ନିଃଶ୍ୱାସ ନେଇପାରୁ ନାହିଁ ତେବେ ତେବେ ତାକୁ ନିଜ ପାଟିରୁ ନିଶ୍ୱାସ ଦେବାକୁ ଚେଷ୍ଟା କରନ୍ତୁ ।

 

Get real time updates directly on you device, subscribe now.