fbpx

(Video)କିଏ ଏହି ୧୪ ବର୍ଷୀୟ କଣ୍ଠଶିଳ୍ପୀ? ଯାହାଙ୍କ ରାମ ଭଜନରେ ମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋସିଆଲ ମିଡିଆରେ କଲେ ପୋଷ୍ଟ

ଅଯୋଧ୍ୟା: ସାଧାରଣ ଜନତା ହୁଅନ୍ତୁ ଅବା କେହି ବିଶିଷ୍ଠ ବ୍ୟକ୍ତି, ପ୍ରତ୍ୟେକ ବ୍ୟକ୍ତି ଭଗବାନ ରାମଙ୍କ ଭକ୍ତିିରେ ବର୍ତ୍ତମାନ ଲୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ଭଗବାନ ରାମଙ୍କର ଭଜନ ପୋଷ୍ଟ କରୁଛନ୍ତି । ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବଲିଉଡ଼ର ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ହରିହରନ, ଜୁବିନ ନୌଟିୟାଲ ଏବଂ ସ୍ୱାତୀ ମିଶ୍ରଙ୍କର ଗୀତ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏମାନଙ୍କ ପରେ ଏବେ ମୋଦୀ ସୂର୍ୟ୍ୟଗାୟତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଏହି ଭିଡିଓରେ ସୂର୍ୟ୍ୟଗାୟତ୍ରୀ ଭଗବାନ ରାମଙ୍କର ଏକ ଭଜନ ‘ଶ୍ରୀ ରାମଚନ୍ଦ୍ର କୃପାଳୁ ଭଗମନ’ ଖୁବ ସୁନ୍ଦର ଭାବରେ ଗାଉଥିବା ଦେଖିବାକୁ ମିଳିଛି । ତେବେ ଅନେକ ଲୋକ ତାଙ୍କର ଏହି ଭଜନକୁ ବେଶ ପସନ୍ଦ କରିବା ସହିତ ଏହାକୁ ଶୁଣି ବେଶ ମନ୍ତ୍ରମୁଗ୍ଧ ହୋଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହି ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏହି ଗୀତକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଶେୟାର କରି ଗାୟତ୍ରୀଙ୍କର ବେଶ ପ୍ରଶଂସା କରିଛନ୍ତି । ଏହା ସହିତ ପ୍ରଦାନମନ୍ତ୍ରୀ ଏହି ଟ୍ୱିଟରେ ଲେଖିଛନ୍ତି- “ଆଜି ଭଗବାନ ଶ୍ରୀ ରାମଙ୍କ ଆଗମନକୁ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି ଏବଂ ଆନନ୍ଦର ବାତାବରଣ ସବୁଆଡ଼େ ରହିଛି । ଏପରି ସ୍ଥିତିରେ ସୂର୍ୟ୍ୟଗାୟତ୍ରୀଙ୍କର ଏହି ସ୍ତୁତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବ ।” ତେବେ ଏହାକୁ ନେଇ ଅନେକ ‘X’ ବ୍ୟବହାରକାରୀ ଲଗାତାର କମେଣ୍ଟ କରିବାକୁ ଲାଗିଛନ୍ତି ।

ମାତ୍ର ୧୪ ବର୍ଷୀୟ ସୂର୍ୟ୍ୟଗାୟତ୍ରୀ କେରଳର ବଡ଼କାରା ଅନ୍ତର୍ଗତ ପୁରାମେରୀ ଗାଁର ବାସିନ୍ଦା । ବେଶ କମ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । କେବଳ ୧୦ ବର୍ଷ ବୟସରେ ତାଙ୍କୁ ଶନମୁଖାନନ୍ଦ ଏବଂ ତ୍ରିବେନ୍ଦ୍ରମ କଳାନିଧି ସଙ୍ଗୀତ ରତ୍ନ ପୁରସ୍କାର ପକ୍ଷରୁ ଏମ.ଏ ସୁବ୍ବୁଲକ୍ଷ୍ମୀଙ୍କଠାରୁ ଫେଲୋଶିପ ପ୍ରାପ୍ତ ହୋଇଛି । ଏହା ସହିତ ସୋସିଆଲ ମିଡିଆରେ ଗାୟତ୍ରୀଙ୍କର ଅନେକ ପ୍ରଶଂସକ ରହିଛନ୍ତି । କର୍ଣ୍ଣଟକ କଣ୍ଠଶିଳ୍ପୀ କୁଳଦୀପ ଏମ. ପାଇଙ୍କ ଦ୍ୱାରା ୟୁଟ୍ୟୁବରେ କରାଯାଇଥିବା ଆଧ୍ୟାତ୍ମିକ ଭଜନ ଚ୍ୟାନେଲରେ ତାଙ୍କର ୧୫୦ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି ।

Get real time updates directly on you device, subscribe now.