fbpx

ମେ’୧ ରେ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ ୨୭ ।୪ (ଓଡ଼ିଶା ଭାସ୍କର) : ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି କରୋନା ଟିକା । ରୁଷିଆରେ ନିର୍ମିତ ଏହି ଟିକାର ପ୍ରଥମ ବ୍ୟାଚ୍ ଦେଶରେ ପହଞ୍ଚିବ ବୋଲି ଜଣାପଡିଛି । ଏହା ନେଇ ରଏଟର୍ସକୁ ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ମୁଖ୍ୟ କିରିଲ ଡିମିଟ୍ରିଭଙ୍କ ସୂଚନା ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପରିମାଣର ଟିକା ଉପଲବ୍ଧ ହେବ ସେନେଇ କିଛି ସୂଚନା ମିଳିପାରି ନାହିଁ । ଏହାସହ କରୋନା ଟିକା ପାଇଁ ଭାରତର ୫ଟି କମ୍ପାନି ସହ ଚୁକ୍ତି କରିସାରିଛି ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ।

ଏହାବ୍ୟତୀତ ମେ’ ପହିଲାରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯାୟ କରୋନା ଟିକା । ଏହି ସମୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯିବ । ସୂଚନା ଅନୁସାରେ କୋଭିସିଲ୍ଡ ଓ କୋଭାକ୍ସିନ୍ ବ୍ୟବହାର ଲାଗି ଭାରତ ସରକାର ଆଗରୁ ଅନୁମତି ଦେଇ ସାରିଛନ୍ତି । ରୁଷିଆରେ ନିର୍ମତ ସ୍ପୁଟନିକ-ଭି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଗତ ୧୨ ତାରିଖରେ କେନ୍ଦ୍ରସରକାର ଏହାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.