fbpx

ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଓଡିଶା ଭାସ୍କର ବ୍ୟୁରୋ: ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ । ସୂର୍ୟ୍ୟ କିରଣର ପ୍ରତିଫଳନ ହେତୁ ଚନ୍ଦ୍ରପୃଷ୍ଠକୁ ଏହା କମଳା ଏବଂ ଲାଲ ରଙ୍ଗରେ ଆଦୃତ କରେ, ତେବେ ଏହା ଲାଲ ଦେଖାଯିବାରୁ ଏହାକୁ ବ୍ଲଡମୁନ୍ କୁହାଯାଏ । ଆସନ୍ତା ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ଏବଂ ଶତାବ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍ ।

କେତେ ସମୟ ରହିବ ଓ କେଉଁଠାରେ ଦୃଶ୍ୟମାନ ହେବ ?

ଚଳିତ ବର୍ଷ ହେବାକୁ ଥିବା ଚନ୍ଦ୍ରଗ୍ରହଣ ୧୪ ମିନିଟ ୩୦ ସେକେଣ୍ଡ ପର୍ୟ୍ୟନ୍ତ ରହିବ । ଏହା ବ୍ୟତୀତ ମେ ୨୬ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକା ସମେତ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦୃଶ୍ୟମାନ ହେବ । ଏହା ପୂର୍ବରୁ ୨୦୧୯ ମସିହା ଜାନୁଆରୀ ୨୧ରେ ବ୍ଲଡମୁନ୍ ଦେଖିବାକୁ ମିଳିଥିଲା । ସେହିପରି ଚଳିତ ବର୍ଷ ମେ ୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଥିବା ବେଳେ ଜୁନ୍ ୧୦ରେ ନଭେମ୍ବର ୧୯ରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଦେବ ।

Get real time updates directly on you device, subscribe now.