fbpx

ଖୁସି ଖବର : ଓଡ଼ିଶାରେ ଆଜି ୮୬୬୫ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୬୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୩୪୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୬୨୮, ଅନୁଗୁଳ ୫୨୮, ଝାରସୁଗୁଡ଼ା ୪୫୮, କଟକ ୪୪୪, ପୁରୀ ୪୩୪, ନୂଆପଡ଼ା ୪୦୪, ସମ୍ବଲପୁର ୩୮୧, ବରଗଡ଼ ୩୬୩, ବଲାଙ୍ଗିର ୩୨୪, ନବରଙ୍ଗପୁର ୩୧୮, ବାଲେଶ୍ବର ୩୦୧, ଗଞ୍ଜାମ ୨୯୦, ଯାଜପୁର ୨୭୪, ମୟୂରଞ୍ଜ ୨୪୩, ଷ୍ଟେଟ୍‌ପୁଲ ୨୩୮, କଳାହାଣ୍ଡି ୨୩୫, ନୟାଗଡ଼ ୨୦୬, ବୌଦ୍ଧ ୧୯୯, ଜଗତସିଂହପୁର ୧୭୨, କେନ୍ଦୁଝର ୧୬୭, ସୋନପୁର ୧୪୦, ରାୟଗଡ଼ା ୧୩୨, କେନ୍ଦ୍ରାପଡ଼ା ୧୨୦, କୋରାପୁଟ ୧୧୯, ଗଜପତି ୧୦୯, ମାଲକାନଗିରି ୭୨, ଦେବଗଡ଼ ୬୭, ଭଦ୍ରକ ୬୩, ଢେଙ୍କାନାଳ ୪୭ ଓ କନ୍ଧମାଳରୁ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.