fbpx

ଟୋକିଓ ଅଲିମ୍ପିକରେ କରୋନା ଆଟାକ୍, ଖେଳ ଗାଁରୁ ସାମ୍ନାକୁ ଆସିଲା ପ୍ରଥମ କେସ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ୨୩ ଜୁଲାଇରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ବାହାରିଛି ପଜିଟିଭ ମାମଲା । ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଅଲିମ୍ପିକ କ୍ରୀଡ଼ା ଆୟୋଜନରେ ସାମିଲ ଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲୋସନରେ ରଖାଯାଇଛି । ଏନେଇ ଟୋକିଓ ଅଲିମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କରୋନା ଦୃଷ୍ଟିରୁ ୧୩ ଜୁଲାଇରୁ ଅଲିମ୍ପିକ ଗ୍ରାମ ଖୋଲାଯାଇଥିଲା । ଖେଳ ଗାଁରେ ପ୍ରତିଦିନ ଖେଳାଳୀମାନଙ୍କର କୋଭିଡ ଯାଞ୍ଚ ହେଉଛି । ଅନ୍ୟପଟେ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । କରୋନା ମହାମାରୀ ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିଥିଲା । ଏବର୍ଷ ବିନା ଦର୍ଶକରେ କଡ଼ା ସୁରକ୍ଷା ଭିତରେ ଆୟୋଜନ ହେଉଛି । କ୍ୱାରେଣ୍ଟାଇନ ନିୟମକୁ ବି କଡ଼ାକଡ଼ି କରାଯାଇଛି ।

ଏହା ବ୍ୟତିତ ୨ ଦିନ ପୂର୍ବରୁ ଜାପାନରେ ଥିବା ଜଣେ ଖେଳାଳି ଓ ପାଞ୍ଚ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଅନ୍ୟପଟେ ବ୍ରାଜିଲର ଜୁଡୋ ଟିମ୍ ଯେଉଁ ହୋଟେଲରେ ରହୁଥିଲେ, ସେଠାରେ ଆଠ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି । ଟୋକିଓରେ ଗତ ଏକ ମାସ ଧରି ଲଗାତାର କରୋନା ଭାଇରସ ବଢ଼ିବାରେ ଲାଗିଛି । ଜୁଲାଇ ୧୫ ରେ ଟୋକିଓରେ କରୋନା ଭାଇରସର ୧୩୦୮ ଟି ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.