fbpx

UGC ପକ୍ଷରୁ ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କେବେ ଆରମ୍ଭ ହେବ ପାଠପଢ଼ା

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଇବାରେ ଲାଗିଛି, କିନ୍ତୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଏହାରି ମଧ୍ୟରେ ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ଆସିଛି ଗାଇଡଲାଇନ୍ । ୨୦୨୧-୨୨ର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅକ୍ଟୋବର ୧ ତାରିଖରୁ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ପ୍ରକ୍ରିୟାରେ ନାମଲେଖା ହୋଇପାରିବ । ଏହା ସହ ଜୁଲାଇ ୩୧ ତାରିଖ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ବାହାରିବା ପରେ ଆଡମିଶନ ହେବ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।

ତେବେ ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ UGC ଗାଇଡ଼ଲାଇନ ଜାରି କରିବାର ୨ ମାସ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲା। UGC ନିଷ୍ପତ୍ତି ନେବାରେ ବିଳମ୍ବ ଘଟିଥିବାରୁ ମାତ୍ର ଗୋଟିଏ ମାସରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ। କିନ୍ତୁ ଓଡିଶା ସରକାର ବହୁ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏଠାରେ କୌଣସି ଅସୁବିଧା ପରିଲିଖିତ ହେବ ନାହିଁ।

Get real time updates directly on you device, subscribe now.