fbpx
BJD SKY
BJD SKY

ବିଟ୍ରେନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଦେଲେ ସୂଚନା

BJD

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତ, ବ୍ରିଟେନ୍, ବ୍ରାଜିଲ ଓ ଚୀନ ସମେତ ଅନେକ ବଡ଼ ବଡ଼ ଦେଶରେ ପହଞ୍ଚିସାରିଛି । ଏହାରି ମଧ୍ୟରେ ବ୍ରିଟେନରୁ ଆସିଛି ଏକ ବଡ଼ ଖବର । ବିଟ୍ରେନରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁୃ ହୋଇଛି । ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସୂଚନା ଦେଇଛନ୍ତି ।

ତେବେ ବ୍ରିଟେନର ବିଭିନ୍ନ ଟିକା କେନ୍ଦ୍ରରେ ବୁଷ୍ଟର ଡୋଜ୍ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଓମିକ୍ରନ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ଭିଡ଼ ଲାଗିରହୁଛି । ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ପାଇଁ ପରାମର୍ଶ ଦିଆଯାଇଛି । ଦେଶବାସୀଙ୍କ ଟେଲିଭିଜନ ବାର୍ତ୍ତାରେ ଏହାର ଆହ୍ୱାନ ଦେଇଛନ୍ତି ଜନସନ୍ ।

ଉଲ୍ଲେଖଯୋଗ୍ୟ ଯେ, ଓମିକ୍ରନର ୩୦ରୁ ଅଧିକ ମ୍ୟୁଟେସନଏହାର ବିସ୍ତାରକୁ ଆହୁରି ତୀବ୍ର କରିବାରେ ଲାଗିଛି । ପ୍ରଥମରୁ ସଂକ୍ରମିତ ହୋଇଥିବା ଲୋକଙ୍କୁ ବି ନିଜର ଶିକାର କରୁଛି ଓମିକ୍ରନ । ଏହାର ପ୍ରସାରଣ ହାର ପୂର୍ବ ସମସ୍ତ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି । ଟିକାର ଉଭୟ ଡୋଜ୍ ନେଇଥିବା ଲୋକେ ବି ଏହି ଭାରିଆଣ୍ଟରୁ ରକ୍ଷା ପାଇପାରୁନାହାନ୍ତି ।

Get real time updates directly on you device, subscribe now.