fbpx
BJD SKY
BJD SKY

ମୁଖିଆଙ୍କୁ ଭୋଟ ଦେଲେନି ବୋଲି…: ଦଳିତଙ୍କୁ ଉଠ୍ ବସ କରିବା ସହିତ ଛେପ ଚଟେଇଲେ,ଦେଖନ୍ତୁ ଭାଇରାଲ ଭିଡିଓ

BJD

ନୂଆଦିଲ୍ଲୀ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସବର୍ଣ୍ଣ ବ୍ୟକ୍ତି କିଭଳି ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି ତାର ଏକ ନମୂନା ଦେଖିବାକୁ ମିଳିଛି । ନିର୍ବାଚନରେ ପରାଜୟ ପରେ ଦଳିତ ବ୍ୟକ୍ତିଙ୍କୁ ଉଠ ବସ କରାଇବା ସହିତ ଛେପ ଚାଟିବାକୁ ବାଧ୍ୟ କରିଥିଲେ ।

ଏହି ବ୍ୟକ୍ତି ଜଣଙ୍କର ନାମ ବଲୱନ୍ତ ସିଂ । ବଲୱନ୍ତ ଗାଁ ମୁଖିଆ ପଦବୀ ପାଇଁ ଲଢୁଥିବା ବେଳେ ପରାଜିତ ହୋଇଥିଲେ । ନିଜର ପରାଜୟ ପାଇଁ ଦଳିତ ସମୁଦାୟକୁ ଦାୟୀ କରିବା ସହିତ ଦଣ୍ଡ ପ୍ରଦାନ କରିଥିଲେ । ତାଙ୍କୁ ଭୋଟୁ ଦେଇନଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ବସ ଉଠ କରିଥିଲେ । ଏହା ସହିତ ମାଟି ଉପରେ ଛେପ ପକାଇ ଏହାକୁ ଚାଟିବାକୁ କହିଥିଲେ । ଏପରିକି ଜଣେ ଦଳିତ ଯୁବକ ଏହାକୁ ଚାଟିଥିଲେ । ଏହି ଭିଡିଓକୁ ଅଗ୍ରାହ୍ୟ କରି ବଲୱନ୍ତ କହିଛନ୍ତି, ଏହି ଦୁଇ ଯୁବକ ଅଭଦ୍ରାମୀ କରୁଥିବାରୁ ତାଙ୍କୁ ଦଣ୍ଡ ଦେଇଥିଲେ । ପୁଲିସ ଅଧିକାରୀ କାନ୍ତେଶ କୁମାର ମିଶ୍ର କହିଛନ୍ତି ମାମଲାର ଯାଞ୍ଚ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.