fbpx
BJD SKY
BJD SKY

ଓମିକ୍ରନ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ମିଳିଲା ହତ୍ୟା ଧମକ୍

BJD

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଯେଉଁ ବୈଜ୍ଞାନିକ ପ୍ରଥମେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିଥିଲେ, ତାଙ୍କୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ମିଳିଛି । ଏହି ବିଷୟରେ ଏକ ଚିଠି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ପଠାଯାଇଛି ।

ଦକ୍ଷିଣ ଆଫ୍ରିକାର ଏକ ଖବରକାଗଜରେ ପ୍ରକାଶିତ ଖବର ମୁତାବକ, ଯେଉଁ ଲୋକମାନେ ଏହି ଧମକ ଦେଇଛନ୍ତି, ସେମାନଙ୍କୁ ଖୋଜିବାରେ ଲାଗିପଡିଛି ପୋଲିସ । ଏହି ବିଷୟରେ ଧମକ ଦିଆଯାଇଥିବା ଚିଠିରେ ଲେଖାଅଛି ଯେ, ବୈଜ୍ଞାନିକଙ୍କ ଏହି ଭାରିଆଣ୍ଟକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

ତେବେ ଏହି ବିଷୟରେ ଏକ ଚିଠି ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ବି ପଠାଯାଇଥିଲା । ଏହାକୁ ନେଇ ସୁରକ୍ଷା ଏଜେନ୍ସି ବି ସତର୍କ ରହିଥିଲେ । ଏହି ଧମକପୂର୍ଣ୍ଣ ଚିଠିରେ ଗ୍ଲେଣ୍ଡା ଗ୍ରେ ଓ ପ୍ରଫେସର ଚୁଲିଓ ଡି ଅଲିଭେରିଆଙ୍କ ନାଁ ଉଲ୍ଲେଖ କରାଯାଇଥିଲା ।

ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରବିବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।ଏବେ ସେ ସଂଗରୋଧରେ ରହି ନିଜର ଚିକିତ୍ସା କରୁଛନ୍ତି । ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ବିବୃତ୍ତିରେ କୁହାଯାଇଛି ଯେ ରାମାଫୋସଙ୍କ ଟିକାକରଣ ସରିଛି । ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି ।

Get real time updates directly on you device, subscribe now.