fbpx
BSKY
BJD SHG SKY
BJD YOUTH SKY

କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କ ଦ୍ଵାରା ଉଦଯାପିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ରବିବାର ସଂଧ୍ୟାରେ ଉଦଯାପିତ କରିଛନ୍ତି। ଏହି ଅବସରରେ ସେ ସମସ୍ତ କୋଭିଡ୍ ପ୍ରୋଟୋକଲ ସହିତ ମହୋତ୍ସବର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଏହି ମହୋତ୍ସବ ଭାବନା ପରିପ୍ରକାଶ ଏକ ଅନନ୍ୟ ଅବସର ପ୍ରଦାନ କରିଥିବାରୁ ଏହା ସମାଜକୁ ଉନ୍ନତ କରିବାରେ ସହାୟକ ହେବ।
ଚଳିତ ମହାମାରୀ ମାନବସମାଜକୁ ଆତ୍ମପରିଚିତିର ଏକ ମାଧ୍ୟମ ପ୍ରଦାନ କରିଛି। ଏପରି ସମୟରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଆୟୋଜନ ଭାରତୀୟଙ୍କୁ ପାଶ୍ଚାତ୍ୟ ତଥା ବ୍ରିଟିଶ ମାନସିକତା ଚିନ୍ତାଧାରାକୁ ତ୍ୟାଗକରି ସ୍ୱଦେଶୀ ସାରସ୍ଵତ କୃତିକୁ ଅପଣାଇବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ମହୋତ୍ସବର ସମାପନୀ ଉତ୍ସବରେ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଥିଲେ , “ତିନି ଦିନ ଧରି ଚାଲିଥିବା ସାହିତ୍ୟ ମହୋତ୍ସବ ଭାରତର ତଥା ବିଶ୍ଵ ପ୍ରତିଷ୍ଠିତ ସାହିତ୍ୟିକ ଏବଂ ସୃଜନଶୀଳ ମାନସିକତାର ବୁଦ୍ଧିଜୀବିମାନଙ୍କୁ ଏକତ୍ରିତ କରିପାରିଥିବାରୁ ଆମେ ଗର୍ବିତ। ବୌଦ୍ଧିକ ଏବଂ ଚିନ୍ତକମାନଙ୍କ ପାଇଁ ଏହି ପର୍ବ ସର୍ବୋତ୍ତମ ମଞ୍ଚରେ ପରିଣତ ହୋଇଛି | ଆସନ୍ତା ବର୍ଷ ଠାରୁ ନେପାଳର କାଠମାଣ୍ଡୁରେ ଆମେ KLF ର ଏକ ସଂସ୍କରଣ ଆୟୋଜନ କରିବୁ।“
ତିନିଦିନିଆ ଏହି ମହୋତ୍ସବର ଶେଷ ଦିନରେ ‘ଆତ୍ମନିର୍ଭର ଭାରତ: ପାଥ୍ ଟୁ ଗ୍ଲୋବାଲ୍ ଇକୋନୋମିକ୍ ପାୱାର୍, ଅନୁବାଦ, ଗଦ୍ୟ ସାହିତ୍ୟ, ଓଡ଼ିଶୀ ସଙ୍ଗୀତ, କବିତ୍ଵରେ ଅନୁଶାସନ, ପରିବର୍ତ୍ତନଶୀଳ ସମୟରେ ଗଣମାଧ୍ୟମ, ଭାଷା ସାହିତ୍ୟର ପ୍ରକାଶନ, ଐତିହାସିକ ରଚନା, ଆଧୁନିକ ପିଢ଼ି ଓ ୭୫ ବର୍ଷରେ ଭାରତ, ଓଡିଆ ଆତ୍ମଜୀବନୀ ଉପରେ ବିଶ୍ଳେଷଣ, ଲେଖା କର୍ମଶାଳା, କବିତା ପାଠ ଏବଂ ସଂଗୀତ ପରିବେଷଣ ଉପରେ ଅଧିବେଶନ ସହିତ ସୃଜଶୀଳତା ଉପରେ ସମାନ୍ତରାଳ ଭାବେ ୨୬ ଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ତିନିଦିନରେ ୮୦ ରୁ ଉର୍ଦ୍ଧ୍ବ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ସାଂପ୍ରତିକ ବୈକଳ୍ପିକ ଗଣମାଧ୍ୟମ ସମୟରେ ପ୍ରିଣ୍ଟ ମିଡିଆ ଏବଂ ରେଡିଓର ଭବିଷ୍ୟତ ଉପରେ ଏକ ଆଲୋଚନା ଉପରେ ଆଲୋକପାତ କରି ଆଉଟଲୁକ୍ ମାଗାଜିନର ପରିଚାଳନା ସମ୍ପାଦକ ସତୀଶ ପଦ୍ମନାଭନ୍ କହିଛନ୍ତି, “ଆଜିକାଲି ସୋସିଆଲ୍ ମିଡିଆ ଏବଂ ଅନ୍ୟ କିଛି ଡିଜିଟାଲ୍ ମିଡିଆ ଅନେକ ଅନୁପଯୁକ୍ତ ବିଷୟବସ୍ତୁ ଆସୁଚି ଯାହା ବିନା ସମ୍ପାଦନାରେ ପ୍ରକାଶ କରୁଛି ଯାହା ଏକ ଦୁଇ ଧାରିଆ ଖଡଗ ହୋଇପାରେ। ଯଦିଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ, ତେବେ ଏପରି ସ୍ଥିତିରେ ବିଷୟବସ୍ତୁ ଯାଞ୍ଚ କରିବାର କୌଣସି ଅବସର ନ ଥିବାରୁ ଏହା ବେଳେବେଳେ ଘାତକ ହୋଇପାରେ ।
ଅବଶ୍ୟ, ଉଭୟ ପ୍ରକାରର ଗଣମାଧ୍ୟମକୁ ପରସ୍ପରକୁ ଉପରେ ନିର୍ଭରଶୀଳ ହେବାକୁ ପଡିବ ଏବଂ ସେମାନଙ୍କୁ ସହଭାଗୀ ହେବାକୁ ପଡିବ ବୋଲି ସେ କଳିଙ୍ଗ ସାହିତ୍ୟ ମହୋତ୍ସବର ଶେଷ ଦିନରେ ଆଲୋଚନା ସମୟରେ କହିଛନ୍ତି।

Get real time updates directly on you device, subscribe now.