fbpx
BJD SKY
BJD SKY

ବିଶ୍ୱକପ ତୀରନ୍ଦାଜି କମ୍ପାଉଣ୍ଡ ମିକ୍ସଡ ଟିମ୍‌ ଇଭେଣ୍ଟ: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅଭିଷେକ-ଜ୍ୟୋତି

BJD

ପ୍ୟାରିସ:ବିଶ୍ୱକପ ତୀରନ୍ଦାଜି କମ୍ପାଉଣ୍ଡ ମିକ୍ସଡ ଟିମ ଇଭେଣ୍ଟରେ ଭାରତ ହାସଲ କରିଛି ପ୍ରଥମ ସ୍ୱର୍ଣ୍ଣ ପଦକ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ଲଢ଼େଇରେ ଭାରତୀୟ ଯୋଡି ଅଭିଶେକ ବର୍ମା ଓ ଜ୍ୟୋତି ସୁରେଖା ଭେନାମ ଫ୍ରାନ୍ସା ଅଭିଜ୍ଞ ଯୋଡି ଜିନ ବୋଲକ ଓ ୪୮ ବର୍ଷୀୟ ଅଲିମ୍ପିକ୍‌ ପଦକ ବିଜେତା ସୋଫି ଡୋଡେରମୋଣ୍ଟଙ୍କୁ ୧୫୨-୧୪୯ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ବିଶ୍ୱକପରେ ଭାରତ ପ୍ରଥମ ସ୍ୱର୍ଣ୍ଣ ଦକ ଜିତି ଅଭିଯାନ ଆରମ୍ଭ କରିଛି । ସେହି ରି ମହିଳା ରିକର୍ଭ ଟିମ ଇଭେଣ୍ଟରେ ଭାରତ ପଦକ ଜିତିବା ନିଶ୍ଚିତ କରିଛି । ଭାରତର ଦୀପିକା କୁମାରୀ, ଅଙ୍କିତା ଭକତ ଓ ସିମରନଜିତ କୌର ଏହି ଇଭେଣ୍ଟର ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ।

Get real time updates directly on you device, subscribe now.