fbpx

ଇତିହାସରେ ପ୍ରଥମ: ସ୍ୱର୍ଣ୍ଣ ଆଣିଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ରେ ଓଡ଼ିଶା ପୁଅଙ୍କ କମାଲ ଦେଖିବାକୁ ମିଳିଛି । ଓଡ଼ିଆ ପୁଅ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସ ରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରେ ବ୍ରିଟେନ୍ ପ୍ରତିଯୋଗୀ ଡାନ୍ ବେଥେଲଙ୍କୁ ହରାଇ ସ୍ୱର୍ଣ୍ଣ ନିଜ ନାମରେ କରିଛନ୍ତି ପ୍ରମୋଦ୍ । ବ୍ରିଟେନ୍ ପ୍ରତିଯୋଗୀତଙ୍କୁ ୨୧-୧୪, ୨୧-୧୭ ସେଟ୍ ରେ ହରାଇ ସୁନା ହାତେଇଛନ୍ତି । ଆଉ ୪ଟି ସ୍ୱର୍ଣ୍ଣ ସହିତ ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

ତେବେ ପ୍ରମୋଦ ଜିତିବା ପରେ ଏବେ ତାଙ୍କ ଗାଁ ଅତାବିରାର ସ୍ଥାନୀୟ ଲୋକ ମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ବାଣ ଫୁଟାଇ ସ୍ୱର୍ଣ୍ଣ ମିଳିବାର ଖୁସି ମନାଇଛନ୍ତି । ତେବେ ପାରାଲିମ୍ପିକସ୍ ପ୍ରଥମ ଥର ଏପରି ଏକ ଜିତ୍ ହାସଲ ହୋଇଛି । ଓଡ଼ିଶା ପାଇଁ ଏହା ଏକ ଗର୍ବ ଓ ଗୌରବର କଥା ବୋଲି ଆମେ କହିପାରିବା ।

Get real time updates directly on you device, subscribe now.