fbpx

ସେନାକୁ ମିଳିଲା ପ୍ରଥମ ଲାଇଟ କମ୍ବାଟ ହେଲିକପ୍ଟର: ଭୁପୃଷ୍ଠରୁ ଆକାଶ ସବୁଠି ଦେଖାଇବ ଦମ୍

ନୂଆଦିଲ୍ଲୀ: ଭାରତୀୟ ସେନାର ଲଢ଼ୁଆ ବିମାନରେ ଆଉ ଏକ ବିମାନ ସାମିଲ ହୋଇଛି । ଗୁରୁବାର ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (HAL) ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟରକୁ ସେନାକୁ ହସ୍ତାନ୍ତର କରିଛି । ହାଲ୍ ଏହାକୁ ଆର୍ମି ଆଭିଏସନ୍ କର୍ପ୍ସର ଡାଇରେକ୍ଟର ଜେନେରାଲଙ୍କୁ ସମର୍ପିତ କରିଛି । ଲାଇଟ କମ୍ବାଟ ହେଲିକପ୍ଟରର ସେନାରେ ସାମିଲ ହେବା ପରେ ସେନାର ଯୁଦ୍ଧ କ୍ଷମତାରେ ବେଶ୍ ବୃଦ୍ଧି ହୋଇଛି ।

ଏହା କେଉଁଠାରେ ନିୟୋଜିତ କରାଯିବ, ଏହାକୁ ନେଇ ଏବେ ସେନା ତରଫରୁ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏବେ ଏହାକୁ ଜୋଧପୁରର ସ୍କ୍ୱାର୍ଡନରେ ନିୟୋଜିତ କରାଯାଇଛି । ଏହି ହେଲିକପ୍ଟରର ସାମିଲ ହେବା ପରେ ଦେଶର ସୀମାରେ ନଜର ରଖିବାରେ ସହାୟକ ହେବ । କୁହାଯାଉଛି ଯେ ଏହାକୁ ଚୀନ ସୀମାରେ ନିୟୋଜିତ କରାଯାଇପାରେ ।

ସୂଚନାଯୋଗ୍ୟ, ଏହି ହେଲିକପ୍ଟରରେ ଦୁଇ ଜଣ ବସିପାରିବେ । ଏହାର ଲମ୍ବ ୫୧.୧୦ ଫୁଟ୍ ଅଟେ । ଏହା ୧୫.୫ ଫୁଟ୍ ଉଚ୍ଚର । ଏହି ହେଲିକପ୍ଟର ସାହାଯ୍ୟରେ ୭୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ହତିଆର ନିଆଯାଇପାରିବ । ଏହାର ୨୬୮ କିମି ପ୍ରତିଘଣ୍ଟା ବେଗରେ ଗତି କରିପାରିବ, ସେହିଭଳି ଏହାର ରେଞ୍ଜ ୫୫୦ କିଲୋମିଟର ରହିଛି । ଏହା ଲଗାତାର ୩.୧୦ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ ଏବଂ ଏହା ୬୫୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଚ୍ଚା ପର୍ଯ୍ୟନ୍ତ ଉଡ଼ିପାରିବ ।

ଲାଇଟ କମ୍ବାଟ ହେଲିକପ୍ଟର ସବୁ ପ୍ରକାର ପାଣିପାଗରେ ଉଡ଼ିପାରିବ । ଏହା ବଡି ଏବଂ ରୋଟର ଉପରେ ଗୁଳିର ମଧ୍ୟ ପ୍ରଭାବ ପଡ଼ିବନାହିଁ । ଏଲସିଏଚରେ ୨୦ ଏମଏମ ଗନ ଅଟେ, ୭୦ ଏମଏମ ରକେଟ ଅଟେ ଏବଂ ଏୟାର ଟୁ ଏୟାର ମିସାଇଲ ଅଟେ । ଏହା ସହ ଏଥିରେ ଆହୁରି ଅନେକ ଆଧୁନିକ ଫିଚର ମଧ୍ୟ ରହିଛି ।

Get real time updates directly on you device, subscribe now.