fbpx

ବିବାହ ପରେ ଭିକି-କ୍ୟାଟ୍ରିନାଙ୍କ ପ୍ରଥମ ଲୋହରୀ, ଦେଖନ୍ତୁ ଦୁହିଁଙ୍କ କ୍ୟୁଟ୍ ଫଟୋ

ମୁମ୍ବାଇ: ବିଟାଉନ୍ ରେ ଚଳିତ ବର୍ଷ ଅନେକ ଯୋଡ଼ି ବିବାହ ପରେ ନିଜର ପ୍ରଥମ ଲୋହରୀ ଉତ୍ସବ ପାଳନ କରୁଛନ୍ତି । ତେବେ ଇଣ୍ଡଷ୍ଟ୍ରୀ ନବ-ବିବାହିତ କ୍ୟୁଟ୍ କପଲ୍ ଭିକି-କ୍ୟାଟ୍ରିନାଙ୍କର ମଧ୍ୟ ଏହା ହେଉଛି ପ୍ରଥମ ଲୋହରୀ । ଏହି ଅବସରରେ ଦୁହେଁ ଏକାସାଙ୍ଗରେ ଲୋହରୀ ପାଳନ କରୁଥିବା ନଜର ଆସିଛନ୍ତି । ଅନ୍ୟପଟେ ସେମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭିକି-କ୍ୟାଟ୍ ଙ୍କର ଝଲକ ଦେଖିବା ଅପେକ୍ଷାରେ ଥିଲେ । ଏହି କପଲ୍ ଫ୍ୟାନ୍ସଙ୍କର ସେହି ଆଶାକୁ ପୂରଣ କରିଛନ୍ତି । ଏକାଠି ପାଳନ କରିଥିବା ଲୋହରୀ ଉତ୍ସବର ଏକ ଝଲକ ସେମାନେ ନିଜ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି ।

ସାମନାକୁ ଆସିଥିବା ଫଟୋରେ ଦୁହେଁ ଏକାଠି ଅର୍ଥାତ୍ ଦୁହେଁ ଦୁହିଁଙ୍କ ବାହୁରେ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିକି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଗୋଟିଏ ଫଟୋ ସେୟାର୍ କରିଥିବା ବେଳେ କ୍ୟାଟ୍ରିନା ୪ଟି ଫଟୋ ସେୟାର୍ କରିଛନ୍ତି । ଫଟୋରେ ଲୋହରୀ ଜଳୁଛି ଓ ଭିକି-କ୍ୟାଟ୍ ଦୁହେଁ ଦୁହିଁଙ୍କ କାନ୍ଧରେ ହାତ ପକାଇ ଛିଡ଼ା ହୋଇଛନ୍ତି । ତେବେ କ୍ୟାଟ୍ ଏହି ଅବସରରେ ଟ୍ରାଡିସନାଲ୍ ଲୁକ୍ ରେ ନଜର ଆସିଛନ୍ତି । କ୍ୟାଟ୍ରିନା ରେଡ୍ କଲର୍ ର ଶୁଟ୍ ପିନ୍ଧିଥିବା ନଜର ଆସିଛନ୍ତି ।

Get real time updates directly on you device, subscribe now.