fbpx

ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ଜୋତା-ଚପଲ: ନିଶ୍ଚୟ ପାଳନ କରନ୍ତୁ ଏହି ନିୟମ….

ନୂଆଦିଲ୍ଳୀ: ଆଧୁନିକ ସମାଜରେ ଜୋତା ଚପଲ ଲୋକଙ୍କ ଷ୍ଟେଟସର ଏକ ସିମ୍ବଲ ହୋଇଗଲାଣି । ଅନେକ ଲୋକ ଜୋତା ଚପଲ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁମାନ କରିଥାନ୍ତି । ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି । ଏହି ନିୟମ ସବୁକୁ ନଜରଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି ।

ଆସନ୍ତୁ ଜାଣିବା ଏହି ନିୟମ : କିଣିବା – ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ । କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ । ବାସ୍ତୁ ନିୟମ ଦୃଷ୍ଟିରେ ନ ରଖି ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି । ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଏହିସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ ।

ଭଣ୍ଡାର ଗୃହକୁ ଜୋତା ପିନ୍ଧି ଯିବା ମନା – ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାର ଗୃହକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ । ନଚେତ ଭାଗ୍ୟ ଉପରେ କୁପ୍ରଭାବ ପକାଇଥାଏ।

Get real time updates directly on you device, subscribe now.