fbpx

ଋଷିକୂଲ୍ୟା ମୁହାଁଣ ବେଆଇନ ମାଛ ମାରୁଥିବା ଆନ୍ଧ୍ର ଟ୍ରଲରକୁ ଧରିଲା ପେଟ୍ରୋଲିଂ ସ୍କ୍ୱାର୍ଡ: ୭ ମତ୍ସ୍ୟଜୀବୀ ଅଟକ, ୩୪୦ କିଲୋ ମାଛ ଜବତ

ଗଞ୍ଜାମ (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ବ୍ଲକ ଋଷିକୂଲ୍ୟା ମୁହାଁଣ ଠାରୁ ୭ କିମି ଗଭୀର ସମୁଦ୍ର ମଧ୍ୟରେ ମାଛ ମାରୁଥିବା ବେଳେ ବନ ବିଭାଗ ପେଟ୍ରୋଲିଂ ସ୍କ୍ୱାର୍ଡ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲର କୁ ମାଛ ମାରୁଥିବା ବେଳେ ଜବତ କରିବା ସହ ୭ ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖି ମତ୍ସ୍ୟବିଭାଗକୁ ହସ୍ତାନ୍ତର କରିଛି ।ଟ୍ରଲର ମଧ୍ୟରେ ୩୪୦ କିଲୋ ମାଛକୁ ସ୍ଥାନୀୟ ମା ଗଙ୍ଗାଦେବୀ ଓ ତୁମ୍ବେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଟିଙ୍କୁ ଅକ୍ସନରେ ୧୪ହଜାର ୭ଶହ ଟଙ୍କାରେ ବିକ୍ରୀ କରାଯାଇଥିଲା । ପି.ରାଜୁ,ପି.ଶ୍ରୀନୁ, ଭି.ଗୁରୁମୁର୍ତ୍ତୀ, ପି.ଚିନା ଗାରେୟା, କେ.ଆପନାସ୍ୱାମୀ, ଭି.କୁଣ୍ଡା, ପି.କାର୍ଲେୟା ପ୍ରମୁଖ ଆନ୍ଧ୍ର ପ୍ରଦେଶ ବିଶାଖପଟାଣା ଅଞ୍ଚଳର ୭ଜଣ ମତ୍ସ୍ୟଜୀବି ମାନଙ୍କୁ ଅଟକ ରଖାଯାଇଥିଲା ।

ସୂଚନା ଥାଉକି ସମ୍ପ୍ରତି ଋଷିକୂଲ୍ୟା ମୁହାଁଣ ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେ ଙ୍କ ମିଳନ ପ୍ରକ୍ରିୟା ଜାରି ରହିଥିବାବେଳେ ଋଷିକୂଲ୍ୟା ମୁହାଁଣ ସମୁଦ୍ର ମଧ୍ୟରେ ଉତ୍ତରରେ ପ୍ରୟାଗୀ,ଦକ୍ଷିଣରେ ଆର୍ଜି ଲ୍ଲୀ ଓ ସମୁଦ୍ର ମଧ୍ୟରେ ବନ ବିଭାଗ ପକ୍ଷରୁ କଡା କଟକଣା ଜାରି କରାଯାଇଛି । ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ପେଟ୍ରୋଲିଂ ଟିମ ପେଟ୍ରୋଲିଂ ରେ ବାହାରିଥିବା ବେଳେ ଏକ ଆନ୍ଧ୍ର ପ୍ରଦେଶ ଟ୍ରଲର ମାଛ ମାରୁଥିବା ଦେଖି ତାକୁ ସମୁଦ୍ର ମଧ୍ୟରେ ଘେରି ଯାଇ ଜବତ କରିଥିଲେ । ଖଲ୍ଲିକୋଟ ରେଞ୍ଜର ଙ୍କ ସହ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ରାଜେଶ୍ୱର, ପ୍ରସାଦ, କ୍ରୀଷ୍ଣା, ଦୀନବନ୍ଧୁ , ଆଶ୍ରିବାଦ, କେଦାର,କୁନା,ପଙ୍କଜ ପ୍ରମୁଖ ଫରେଷ୍ଟ ଗାର୍ଡ ପେଟ୍ରୋଲିଂ ଟିମ ସ୍କ୍ୱାର୍ଡ ଚଢ଼ାଉରେ ସାମିଲଥିଲେ ।

Get real time updates directly on you device, subscribe now.