fbpx
BSKY SKY
BSKY SKY

ସାମନାକୁ ଆସିଲା “ପୃଥ୍ୱୀରାଜ’ ଚଳଚ୍ଚିତ୍ରର ପ୍ରଥମ ଲୁକ: ଦେଖନ୍ତୁ ସୁପରଷ୍ଟାରଙ୍କ ଡିଫରେଣ୍ଟ କ୍ୟାରେକ୍ଟର

BSKY

ମୁମ୍ବାଇ: ସୁପର ହିଟ ଫିଲ୍ମ ସୂର୍ଯ୍ୟବଂଶୀ ପରେ ପୁଣି ତରେ ପରଦାକୁ ଫେରୁଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ଏଥର କିନ୍ତୁ ପିରିୟଡ ଡ୍ରାମା ଚଳଚ୍ଚିତ୍ରରେ ପାଇଛନ୍ତି ମୁଖ୍ୟ ଭୂମିକା । ପୃଥ୍ୱୀରାଜ ଲୁକରେ ନଜର ଆସିବେ ଅକ୍ଷୟ କୁମାର । ଏହାରି ମଧ୍ୟରେ ସାମନାକୁ ଆସିଛି ପୃଥ୍ୱୀରାଜ ଚଳଚ୍ଚିତ୍ରର ଫାର୍ଷ୍ଟ ଲୁକ । ଅକ୍ଷୟ କୁମାର, ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଏହି ପିଲମ୍ବ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିବେ ମିସ ୱାର୍ଲ୍ଡ ମନୀଷା ଚିଲ୍ଲର । ଆସନ୍ତା ଜୁନ ୧୦ ତାରିଖରେ ଏହି ପିଲ୍ମ ପରଦାକୁ ଆସିବ ବୋଲି ଘୋଷଣା କରାଯାଇଛି ।

Akshay Kumar, Prithviraj, Manushi Chhillar, Akshay Kumar film, Sanjay Dutt, Sonu Sood,

Akshay Kumar, Prithviraj, Manushi Chhillar, Akshay Kumar film, Sanjay Dutt, Sonu Sood,

ସୂଚନା ଅନୁସାରେ ୟଶରାଜ ବ୍ୟାନରେ ନିର୍ମାଣ ହୋଇଛି ପରିୟଡିକାଲ ଡ୍ରାମା ଚଳଚ୍ଚିତ୍ର “ପୃଥ୍ୱୀରାଜ’ । ଖିଲାଡି ଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜ ଚୌହାନ ଏବଂ ବିଶ୍ୱ ସୁନ୍ଦରୀ ମନୀଷା ଚିଲ୍ଲର ସଂଯୋଗିତା ଚରିତ୍ରରେ ନଜର ଆସିବେ । ଏହା ବ୍ୟତୀତ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହି ଚଳଚ୍ଚିତ ସମ୍ରାଟ ପୃଥ୍ୱୀରାଜଙ୍କ ଜୀବନ ଗାଥାକୁ ନେଇ ପ୍ରସ୍ତୁତ ହୋଇଛି । ଗତ ନଭେମ୍ବରରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରର ଟିଜର ଲୋକମାନେ ଖୁବ ପ୍ରଶଂସା କରିଥିଲେ । ତେବେ କରୋନା କଟକଣା ପାଇଁ ଫିଲ୍ମର ରିଲିଜ ତାରିଖକୁ ବଦଳାଇଥିଲେ ଫିଲ୍ମ ନିର୍ମାତା । ଜାନୁୟାରୀ ବଦଳରେ ଏବେ ଜୁନ ୧୦ ତାରିଖରେ ଦେଶର ବିଭିନ୍ନ ହଳରେ ,ହି ପିଲ୍ମ ରିଲିଜ ହେବ ବୋଲି କୁହାଯାଇଛି । ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ଏହି ପିଲ୍ମ ରିଲିଜ କରାଯିବ ।

Akshay Kumar, Prithviraj, Manushi Chhillar, Akshay Kumar film, Sanjay Dutt, Sonu Sood,

Akshay Kumar, Prithviraj, Manushi Chhillar, Akshay Kumar film, Sanjay Dutt, Sonu Sood,

Get real time updates directly on you device, subscribe now.