fbpx

ପଞ୍ଚାୟତ ନିର୍ବାଚନ: ମାଇକ ଯୋଗେ ପ୍ରଚାର କରିପାରିବେ ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଯାଉଛି । ଫଳରେ ଅନେକ କଟକଣା ମଧ୍ୟ ରହିଛି । ପ୍ରାର୍ଥୀ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପ୍ରଚାର କରୁଛନ୍ତି ।

ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥ ମାଇକ ଯୋଗେ ପ୍ରଚାର କରିବାକୁ ଅନୁମତି ଦେଇଛନ୍ତ ରାଜ୍ୟ ନିର୍ବାଚନ କମିଶନ । କିନ୍ତୁ ଏଥିପାଇଁ ପ୍ରାର୍ଥୀଙ୍କୁ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଛି । ଏହା ସହ ଲାଉଡ ସ୍ପିକର ଓ ମାଇକ୍ ପାଇଁ ଅନୁମତି ପ୍ରଦାନ କରିବେ ତହସିଲଦାର ।

ସେହିପରି କମିଶନରେଟ୍ ପୋଲିସ ଅନ୍ତର୍ଗତ ବ୍ଲକ ପାଇଁ ଡିସିପିଙ୍କ ଠାରୁ ଅନୁମତି ନେବାକୁ ହେବ । ସରପଞ୍ଚ ଓ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପାଇଁ ବିଡିଓ ଦେବେ ଅନୁମତି । ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରଚାର ଗାଡ଼ି ପାଇଁ ଉପଜିଲ୍ଲାପାଳ ଦେବେ ଅନୁମତି ।

ସୂଚନାଯୋଗ୍ୟ, ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.