fbpx
BSKY SKY
BSKY SKY

ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିଲା ACI ମାନ୍ୟତା: ୧୪୦ ଭିତରେ ହାସଲ କଲା ସ୍ୱତନ୍ତ୍ର ସ୍ଥାନ

BSKY

ଭୁବନେଶ୍ୱର: ପୁଣି ଥରେ ଓଡିଶାକୁ ମିଳିଛି ଗର୍ବ ଆଉ ଗୌରବ ଅନୁଭବ କରିବାର ସୌଭାଗ୍ୟ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ମିଳିଛି ACI ମାନ୍ୟତା । ବିଶ୍ୱର ୧୪୦ଟି ବିମାନ ବନ୍ଦର ମଧ୍ୟରେ ଗୋଟିଏ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏୟାରପୋର୍ଟ । ଏଥିରେ ଭାରତର ମୋଟ ୭ଟି ବିମାନ ବନ୍ଦର ସାମିଲ ହୋଇଛନ୍ତି । ତେବେ ଏହି ୭ ଏୟାରପୋର୍ଟ ମଧ୍ୟରେ ଓଡିଶାର ଅତ୍ୟାଧୁନିକ ତଥା ବଡ ବିମାନବନ୍ଦର ବିଜୁ ପଟ୍ଟନାୟକ ଏୟାରପୋର୍ଟ ହାସଲ କରିଛି ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । ଏହି ସଫଳତା ଏବେ କେବଳ ଭୁବନେଶ୍ୱର ପାଇଁ ନୁହେଁ ବରଂ ସାରା ରାଜ୍ୟ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ଯାତାୟତ ସମୟରେ ଯାତ୍ରୀମାନଙ୍କର ସଠିକ ଭାବରେ ଧ୍ୟାନ ରକିବା ସହ ସେମାନଭ୍କ ସୁବିଧା ଅସୁବିଧାକୁ ଭଲଭାବେ ବୁଝିଥିବାରୁ ଏଭଳି ମାନ୍ୟତା ହାସଲ କରିଛି ବିଜୁ ପଟ୍ଟନାୟକ ଏୟାରପୋର୍ଟ ।

Get real time updates directly on you device, subscribe now.