fbpx
BSKY SKY
BSKY SKY

ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ: ତୃତୀୟ ମ୍ୟାଚରେ ଅଚାନକ ଦଳରେ କରିପାରନ୍ତି ଧମାକାଦାର ଏଣ୍ଟ୍ରି

BSKY

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ହୋଇପାରେ ଏକ ବଡ ପରିବର୍ତ୍ତନ । ଦଳକୁ କମବ୍ୟାକ କରିପାରନ୍ତି ଟିମ ଇଣ୍ଡିଆର ଗବ୍ବର ଶିଖର ଧୱନ । ସିରିଜ ପୂର୍ବରୁ କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ ଖେଳି ପାରି ନଥିଲେ ଶିଖର । ତେବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ଏଥିସହ ଦ୍ୱିତୀୟ ମ୍ୟାଚ ଦିନ ତାଙ୍କୁ ପ୍ରାକ୍ଟିସ କରିବା ସହିତ ଡଗ ଆଉଟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ତୃତୀୟ ମ୍ୟାଚରେ ସେ ଦଳକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

For Shikhar Dhawan, bar gets higher - Telegraph India

ସୂଚନା ଅନୁସାରେ, ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ହାସଲ କରିଛି ଦିନିକିଆ ସିରିଜ । ଏବେ କ୍ଲିନ ସ୍ୱିପ କରିବା ପାଇଁ ନଜର ରଖିଛି ରୋହିତ ସେନା । ତୃତୀୟ ତଥା ଶେଷ ଦିନିକିଆରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଚାହିଁବ ଟିମ । କରୋନାରୁ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ଶିଖର ଧୱନଙ୍କୁ ଦଳରେ ସୁଯୋଗ ମିଳିପାରେ । ଦ୍ୱିତୀୟ ମ୍ୟାଚରେ ଅଚାନକ ୱିକେଟ କିପର ଋଷଭ ପନ୍ତଙ୍କ ଦ୍ୱାରା ପାଳି ଆରମ୍ଭ କରିଥିଲେ ରୋହିତ । ଯାହା ସମସ୍ତଭ୍କ ଆଶ୍ଚର୍ଯ୍ୟ କରିଥିଲା । ତେବେ ତୃତୀୟ ମ୍ୟାଚରେ କଣ ପରିବର୍ତ୍ତନ ରହିବ ଏହା ଉପରେ ସମସ୍ତଙ୍କ ନଜର । ସେପଟେ ଶାହରୁଖ ଖାନ ନିଜର ଡେବ୍ୟୁ ମ୍ୟାଚ ଖେଳିବାକୁ ଅପେକ୍ଷା କରିଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ମଧ୍ୟ ଦଳକୁ ଫେରିଛନ୍ତି । ସିରିଜ ଉପରେ କବଜା କରି ସାରିଥିବା ବେଳେ ଶେଷ ମ୍ୟାଚରେ ଏମାନଙ୍କୁ ସୁଯୋଗ ଦେଇପାରନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.