ନୂଆଦିଲ୍ଲୀ, ୨୮ା୨: ଚଳିତବର୍ଷର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ କରିଛି ଇସ୍ରୋ । ଏକସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ ୧୦ଟା ୨୪ ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ସାଟେଲାଇଟରେ ମୋଦିଙ୍କ ଫଟୋ ଚିତ୍ର ରହିଥିବା ଜଣାପଡ଼ିଛି । ।
ବ୍ରାଜିଲର ଆମେଜୋନିଆ-୧ ସମେତ ୧୯ଟି ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିଛି ପିଏସଏଲଭି-ସି୫୧ । ଏହି ଉପଗ୍ରହ ଉତକ୍ଷେପଣ ଅବସରରେ ବ୍ରାଜିଲର ବୈଜ୍ଞାନିକଙ୍କ ଏକ ଟିମ୍ ଭାରତ ଆସିଥିଲେ । ଉଭୟ ବ୍ରାଜିଲ ଓ ଭାରତ ପାଇଁ ଆଜି ଗର୍ବର ଦିନ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଥିଲେ ।