fbpx

ପ୍ରକୃତିର ଅନନ୍ୟ ସୃଷ୍ଟି! ଅଷ୍ଟ୍ରେଲିଆରୁ ଆବିଷ୍କାର ହେଲା ପ୍ରଥମ ମ୍ୟୁଟେଣ୍ଟ ବେଙ୍ଗ, ନୀଳ ରଙ୍ଗ ଦେଖି ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ରକୃତିର ଏଇ ସୃଷ୍ଟିରେ ଅନେକ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ରହିଛନ୍ତି । ମାତ୍ର ସେମାନଙ୍କୁ ଦେଖିବା ସମସ୍ତଙ୍କର ଭାଗ୍ୟରେ ନଥାଏ । ଅନେକ ସମୟରେ ବଡ଼ ବଡ଼ ପାହାଡ଼, ଜଙ୍ଗଲ, ଜାତୀୟ ଉଦ୍ୟାନ ଓ ସମୁଦ୍ରରୁ ଏଭଳି କିଛି ବିରଳ ପ୍ରାଣୀଙ୍କର ସନ୍ଧାନ କରାଯାଇଥାଏ । ତେବେ ଏହା ମଧ୍ୟରେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ପ୍ରଥମ ମ୍ୟୁଟେଣ୍ଟ ବେଙ୍ଗର ସନ୍ଧାନ କରିଛନ୍ତି । ଏହି ବେଙ୍ଗର ରଙ୍ଗ ଦେଖିବାକୁ ନୀଳ ହୋଇଥିବା ବେଳେ ସେନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏପରି ନୀଳ ରଙ୍ଗର ବେଙ୍ଗକୁ ପ୍ରଥମ ଥର ଦେଖିଥିବା ବୈଜ୍ଞାନିକମାନେ କହିଛନ୍ତି । ଏହି ବେଙ୍ଗର ମୁଣ୍ଡ ଉପରେ ହଳଦିଆ ରଙ୍ଗର ଏକ ବିଷଭରା ଗ୍ଲାଣ୍ଡ ରହିଛି । ସାଧାରଣ ଭାବେ ଗଛରେ ରହୁଥିବା ଏହି ବେଙ୍ଗମାନଙ୍କର ଶରୀରର ରଙ୍ଗ ହଳଦିଆ ହେବା ସହିତ ଧଳା ରଙ୍ଗର ଛିଟ ରହିଥାଏ । ଏହି ମ୍ୟୁଟେଣ୍ଟ ବେଙ୍ଗ ୪ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରିବ ଓ ଶିକାରୀକୁ ଅସୁବିଧାରେ ପକାଇ ପାରିବ । ଏହି ମ୍ୟୁଟେଣ୍ଟ ବେଙ୍ଗ ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିବ । କମ୍ ବର୍ଷାଯୁକ୍ତ ଅଞ୍ଚଳରେ ଏହାକୁ ଦେଖିବାକୁ ମିଳିଥାଏ । ଗବେଷକମାନେ ପ୍ରଥମ ଥର ଏଭଳି ନୀଳ ରଙ୍ଗର ଚର୍ମ ଥିବା ବେଙ୍ଗକୁ ଦେଖିବାକୁ ପାଇଥିଲେ । ତା’ ଶରୀରରେ କିଛି ଧଳା ଛିଟ ରହିଛି ଓ ପାଦର ରଙ୍ଗ ହଳଦିଆ ରହିଥିଲା । ପ୍ରକୃତିର ଏହା ଏକ ଭୟଙ୍କର ଜୀବ ବୋଳି ଅଷ୍ଟ୍ରେଲୀୟ ମ୍ୟୁଜିୟମର ଜଣେ ହରପେଟୋଲଜିଷ୍ଟ କହିଛନ୍ତି ।

ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବରଲେ ସ୍ଥିତ ୱାଇଲ୍ଡ ଲାଇଫ୍ ସାଞ୍ଚୁରୀରେ ଏହି ମ୍ୟୁଟେଣ୍ଟ ବେଙ୍ଗକୁ ଠାବ କରାଯାଇଥିଲା । ଜେନେଟିକ ମ୍ୟୁଟେସନ କାରଣରୁ ଏହି ବେଙ୍ଗକୁ ନୀଳ ରଙ୍ଗ ପ୍ରାପ୍ତ ହୋଇଥିବା କୁହାଯାଉଛି । ଏହି ଖାସ୍ ପ୍ରକାରର ମ୍ୟୁଟେସନକୁ ଆକ୍ସାନ୍ଥିଜମ ବୋଳି କୁହାଯାଇଥାଏ । ଗଛରେ ରହୁଥିବା ଏହି ବେଙ୍ଗକୁ ଲିଟୋରିୟା ସ୍ପେ୍ଲଣ୍ଡିଡା କୁହାଯାଇଥାଏ । ବୈଜ୍ଞାନିକମାନେ ଏହି ବେଙ୍ଗକୁ ନେଇ ଏବେ ଗବେଷଣା ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.