fbpx

ରାଜ୍ୟରେ ପ୍ରଥମ:ଏସଆଇ ପଦବୀ ପାଇଁ ଆବେଦନ କଲେ ୨୬ କିନ୍ନର

AAKASH

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ସବ ଇନ୍ସପେକ୍ଟର(ଏସ ଆଇ) ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୨ ଜୁନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୫ ତାରିଖରେ ଫର୍ମ ଦାଖଲର ଅନ୍ତିମ ତାରିଖ ରହିଥିଲା । ସମୁଦାୟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିବା ବେଳେ ପ୍ରଥମ ଥର ପାଇଁ କିନ୍ନର ମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୋଲିସ ଏସଆଇ ପଦବୀ ପାଇଁ ଆବେଦନ କରିଛନ୍ତି ।

ଆବେଦନକାରୀଙ୍କ ମଧ୍ୟରୁ ୯୭୫୦୬ ଜଣ ପୁରୁଷ ରହିଥିବା ବେଳେ ୩୪ ହଜାର ୯୬୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୨୬ ଜଣ କିନ୍ନର ରହିଥିବା ଜଣାପଡିଛି । ଆବେଦନକାରୀଙ୍କ ମଧ୍ୟକରେ ଅନୂସୂଚିତ ଜାତିର ୨୯୧୭୦ ଆବେଦନକାରୀ ରହିଥିବା ବେଳେ ଅନୁସୂଚିତ ଜନଜାତିର ୨୪୧୯୩ ଜଣ ପ୍ରାର୍ଥୀ ରହିଛନ୍ତି । ଏସଇବିସି ବର୍ଗର ୫୨ହଜାର ୨୭୪ ଜଣ ପ୍ରାର୍ଥୀ ରହିଥିବା ବେଳେ ଅଣ ସଂରକ୍ଷିତ ବର୍ଗର ୨୬୩୧୯ ଜଣ ରହିଥିବା ଜଣାପଡିଛି । ପରୀକ୍ଷା ଫି ଆଦାୟ ସମ୍ପୂର୍ଣ୍ଣ ହେବା ପରେ ପ୍ରାର୍ଥୀଙ୍କ ତାଲିକା ବୃଦ୍ଧି ପାଇପାରେ ।

Get real time updates directly on you device, subscribe now.