fbpx
BSKY
BJD YOUTH SKY
BJD MS SKY

ଓଡ଼ିଶାରୁ ଆଜି ୨୩୧୭ ଜଣ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୪୮୦

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୩୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୫୨୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୧୮ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୧୫୦, ବାଲେଶ୍ୱରରୁ ୧୪୯, ମୟୂରଭଞ୍ଜରୁ ୧୨୨, ଯାଜପୁରରୁ ୯୯, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡ଼ରୁ ୭୨, କେନ୍ଦୁଝରରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.