fbpx

ଦିନ ଥିଲା ୭୨ ପଇସାରେ ମିଳୁଥିଲା ପେଟ୍ରୋଲ…

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଜନେସ୍ ଗ୍ରୁପ ମହିନ୍ଦ୍ରା ଗ୍ରୁପର ଚେୟାରପର୍ସନ ଆନନ୍ଦ ମହିଦ୍ରା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି । ମଜାଦାର ଘଟଣା ଠାରୁ ନେଇ କାହାର ଭଲ କାମର ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏବେ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ପୁରୁଣା ସମୟର ଭଲ ଦିନର ସ୍ମୃତିକୁ ସେୟାର କରିଛନ୍ତି । ସେ ଫିଆଟ୍ କାରର ବିଜ୍ଞାପନର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏହି କାରର ଦାମ୍ ବିନା ଟ୍ୟାକ୍ସରେ ୯୭୫୦ ଟଙ୍କା ରହିଛି । ସେ ଏହାକୁ ଟ୍ୱିଟ କରି ପୁରୁଣା ଭଲ ଦିନକୁ ମନେ ପକାଇଛନ୍ତି ।

ମହିନ୍ଦ୍ରା ଦ୍ୱାରା ସେୟାର କରାଯାଇଥିବା ଏହି ବିଜ୍ଞାପନ ୧୯୬୩ ମସିହାର । ଏହି ବିଜ୍ଞାପନରେ ଦେଖାଯାଇଥିବା କାର ହେଉଛି ଫିଆଟ୍ ୧୧୦୦ଇ ମଡେଲର ଅପ୍ଡେଟେଡ ଭର୍ଜନ, ଏବଂ ୨୦୦୦ ମସିହାର ଶେଷ ବେଳକୁ ପ୍ରିମିୟର ଅଟୋମୋବାଇଲ ଦ୍ୱାରା ମୁମ୍ବାଇରେ ନିର୍ମିତ ହେଉଥିଲା । ଏହା ଦୁଇଟି ପେଟ୍ରୋଲ ଇଞ୍ଜିନ ସହ ଉପଲବ୍ଧ ହେଉଥିଲା ଅର୍ଥାତ୍ ୧୦୮୯ ସିସି ଏବଂ ୧,୨୨୧ ସିସି ସହ ଉପଲବ୍ଧ ଥିଲା । ତେବେ ଏହି ଟ୍ୱିଟ୍ କୁ ନେଇ ୟୁଜର୍ସମାନେ ମଧ୍ୟ ଅନେକ ମଜାଦାର କମେଣ୍ଟ ଦେବା ସହ ଅନେକ ୟୁଜର୍ସ ସେମାନଙ୍କ ପାଖରେ ଥିବା ପୁରୁଣା କାରର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଅହମ ଅନସାରୀ ନାମକ ଜଣେ ୟୁଜର ଟ୍ୱିଟର ରିପ୍ଲାଏ ଦେଇ ୧୯୬୩ର ପେଟ୍ରୋଲ ବିଲ୍ ସେୟାର କରିଛନ୍ତି । ଏହି ବିଲ୍ରେ ୫ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୩.୬୦ ଟଙ୍କା  ରହିଛି । ଏହି ହିସାବରେ ଦେଶରେ ସେତେବେଳେ ୧ ଲିଟର ପେଟ୍ରୋଲର ଦାମ ମାତ୍ର ୭୨ ପଇସା ରହିଥିଲା । ଯାହା ଆଜିର ତୁଳନାରେ ବହୁତ କମ୍ ।

Get real time updates directly on you device, subscribe now.