ଶୁଭ ଫଳ ଦେଇଥାଏ ଆକ୍ୱାରିୟମ ମାଛ ରଖିବା, ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର

ଆକ୍ୱାରିୟମରେ ମାଛ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍ ଶାନ୍ତି ମିଳିଥାଏ। କୁହାଯାଏ ମାଛ ରଖିବା ଦ୍ୱାରା ଘରେ ବହୁତ ଉନ୍ନତି ମଧ୍ୟ ହୋଇଥାଏ। ତେବେ ଆକ୍ୱାରିୟମରେ ମାଛ ରଖିବାକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆକ୍ୱାରିୟମରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ। ଆଉ ସେହି ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ ଫିଶ୍ ଆଉ ଗୋଟିଏ କଳା ମାଛ ରହିଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଗୋଲ୍ଡ ଫିଶକୁ ସାଧାରଣତଃ ଧନର ପ୍ରତୀକ ବୋଲି କୁହାଯାଏ। ଅନ୍ୟପକ୍ଷେ କଳାମାଛଟି ସୁରକ୍ଷାର ପ୍ରତୀକ ଭାବେ ଘରକୁ ନକାରାତ୍ମକ ଶକ୍ତି ତଥା ଖରାପ ନଜରରୁ ରକ୍ଷା କରିଥାଏ। ତେଣୁ ଯଦି କେବେ ଆକ୍ୱାରିୟମରେ ରଖିଥିବା କଳାମାଛଟିକୁ ଅଚାନକ୍ ମରିଥିବାର ଦେଖନ୍ତି, ତା’ହେଲେ ସେଥିରୁ ଜାଣିଯିବେ ଯେ, ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି। ସଙ୍ଗେସଙ୍ଗେ ଯାଇ ଆଉ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍ ମାଟିଖୋଳି ପୋତିଦେବେ। ସେହିପରି ଗୋଲ୍ଡଫିଶ୍ ମରିଗଲେ, ପୁଣି ନୂଆ ଗୋଲ୍ଡ ଫିଶ୍ ଆଣି ସେ ସ୍ଥାନରେ ରଖିଦେବେ। ସର୍ବଦା ନଜର ଦେବେ, ଆକ୍ୱାରିୟମ୍ରେ ୯ଟି ମାଛ ଯେମିତି ରହୁଥିବେ।