fbpx

(Watch Video) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ରାଜନୀତି ଗରମ

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ବାଲେଶ୍ୱରରେ ରାଜନୀତି ଗରମ ହେଉଥିବା ଦେଖିବାକୁ ମିଳିଛି। ଗତକାଲିଠାରୁ ସୋସିଆଲ ମିଡିଆରେ ବାଲେଶ୍ବର ଜିଲ୍ଲାର ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କର ଏକ ଆପତ୍ତିଜନକ ଫଟୋ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।

ସେପଟେ, ବିଜେଡି କର୍ମୀମାନେ ତାଙ୍କ ସହିତ ଜଣେ ମହିଳାଙ୍କ ଫଟୋକୁ ଯୋଡି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ସଭାପତି । ଏହି ଫଟୋଟି ବିଜେଡି ଦଳର ଆଇଡିରୁ ପୋଷ୍ଟ ହୋଇଛି ଏବଂ ଏହା ବିରୋଧରେ ଟାଉନ ଥାନାରେ ଏକ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଜେପି ଦଳକୁ ବଦନାମ କରିବା ପାଇଁ  ବିଜେଡି ଦଳ ଏଭଳି ଚକ୍ରାନ୍ତ କରିଥିବା କଥା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.