fbpx

ଦୁଷ୍କର୍ମକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: କହିଲେ ରୋକି ନପାରିଲେ ଉପଭୋଗ କର

ନୂଆଦିଲ୍ଲୀ: ଦୁଷ୍କର୍ମ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ନେତା କେ.ଆର ରମେଶ । ଗୁରୁବାର କଂଗ୍ରେସ ନେତା ବିଧାନସଭାରେ ରେପକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେ କହିଛନ୍ତି ‘ଯଦି ରେପ୍ କୁ ରୋକିନପାରୁଛ, ତେବେ ଶୋଇପଡ଼ ଏବଂ ଉପଭୋଗ କର ।’

ବିଧାନସଭାର ସଦସ୍ୟମାନେ ଗୃହରେ କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଦାବି କରୁଥବା ସମୟରେ ଏଭଳି ଆଶ୍ଚର୍ଯ୍ୟକର ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା । ପ୍ରକୃତରେ ଗୃହରେ କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଦାବି କରୁଥିବାରୁ ବାଚସ୍ପତି ବିଶେଶ୍ୱର ହେଗଡେ କାଗେରୀ କହିଥିଲେ ଯଦି ସମସ୍ତଙ୍କୁ କହିବାକୁ ଦିଆଯିବ ତେବେ ଗୃହ କେମିତି ଚାଲିବ । ଏହି ବିଷୟରେ ବିଧାୟକଙ୍କୁ ନିଷ୍ପତ୍ତି ନେବାକୁ କହିବା ସହ କଂଗ୍ରେସ ନେତାକୁ ଏହାକୁ ସମ୍ଭାଳିବାକୁ କହିଥିଲେ ।

ଯାହାର ଉତ୍ତରରେ ସେ କେ.ଆର ରମେଶ କହିଥିଲେ ଯେ ଏକ ଲୋକକଥା ଅଛି, ଯଦି ଦୁଷ୍କର୍ମକୁ ଅଟକାଇ ନପାରୁଛ ତେବେ ଏହାକୁ ଉପଭୋଗ କର । ସେ ବାଚସ୍ପତିଙ୍କୁ କହିଥିଲେ ଏବେ ଆପଣ ସେହି ଅବସ୍ଥାରେ ଅଛନ୍ତି । ତେବେ ତାଙ୍କର ଏହି ମନ୍ତବ୍ୟରେ କେହି ଆପତ୍ତି କରିନଥିବା ବେଳେ ମନ୍ତବ୍ୟରେ ହସିଥିଲେ ।

 

Get real time updates directly on you device, subscribe now.