fbpx
BSKY SKY
BSKY SKY

ଭୁବନେଶ୍ୱରରେ ‘ସୋଚ୍’ର ନୂଆ ଷ୍ଟୋର: ମହିଳାଙ୍କ ପାଇଁ ଅଲ ଇନ ୱାନ ଫ୍ୟାଶନ ସୋ ରୁମ୍

BSKY

ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଉକ୍ରଳ କନିକା ଗ୍ୟାଲେରିଆ ମଲ୍ ଠାରେ ଫ୍ୟାଶନ ବ୍ରାଣ୍ଡ ସୋଚ୍ ର ନୂଆ ଷ୍ଟୋରର ଶୁଭାରମ୍ଭ ହୋଇଛି । ଓଡ଼ିଆ ସିନେ ଅଭିନେତ୍ରୀ ଶୀତଲ ପାତ୍ର, ଷ୍ଟୋରର ଫ୍ରାଞ୍ଚାଇଞ୍ଚି ଓନର ସୌରଭ ଜୈଶୱାଲ, ମଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ, ଜେନେରାଲ ମ୍ୟାନେଜର ତରୁଣ ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଥିଲେ ।

୧୨ ଶହ ବର୍ଗ ଫୁଟ୍ ପରିମିତ ସ୍ଥାନରେ ଦ୍ୱିତୀୟ ମହଲାରେ ନୂଆ ଷ୍ଟୋରଟି ଅବସ୍ଥିତ । ଏଠାରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ମହିଳାଙ୍କ କୁର୍ତ୍ତା, କୁର୍ତ୍ତୀ, ସୁ୍ଟ୍ ସେଟ୍, ଶାଢ଼ୀ, ବଟମସ୍, ଦୁପଟା, ବ୍ଲାଉଜ୍, ଡ୍ରେସ୍ ମ୍ୟାଟେରିଆଲ, ଟପ୍ସ ଟ୍ୟୁନିକ୍ ଆଣ୍ଡ ଡ୍ରେସେସେ୍, ୱେଡିଂ କଲେକ୍ସନ ଉପଲବ୍ଧ ରହିଛି । ବର୍ତ୍ତମାନ ଷ୍ଟୋରରେ ଗ୍ରାହକଙ୍କ ଲାଗି ଗ୍ରାହକଙ୍କ ଲାଗି ୫୦% ପର୍ଯ୍ୟନ୍ତ ଅଫର୍ ମିଳୁଛି । ଗ୍ରାହକଙ୍କ ସୁବିଧା ଲାଗି ବିଭିନ୍ନ ବର୍ଗରେ ପ୍ରଡକ୍ଟ ଉପଲବ୍ଧ କରାଯାଇଛି । ଷ୍ଟୋରରେ ଗ୍ରାହକ ବିଭିନ୍ନ ପ୍ରଡକ୍ଟ ଚୟନ କରିବା ସହ ନିଜ ପସନ୍ଦ ଅନୁସାରେ ଏଗୁଡ଼ିକୁ କ୍ରୟ କରିପାରିବେ ।

ବର୍ତ୍ତମାନ ଆକର୍ଷଣୀୟ ଅଫର ଚାଲିଥବାରୁ ଏହାର ଲାଭ ଉଠାଇବାକୁ ଫ୍ରାଞ୍ଚାଇଜି ଓନର ସୌରଭ ଜୈଶୱାଲ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଏକ ପ୍ରମୁଖ ମହିଳା ବ୍ରାଣ୍ଡ ଭାରେବ ସୋଚ୍ ର ଏକ ସ୍ୱତନ୍ତ୍ରତା ରହିଆସିଛି । ନୂଆ ଷ୍ଟୋର ଦ୍ୱାରା ଗ୍ରାହକଙ୍କୁ କମ୍ପାନୀର ପ୍ରଡକ୍ଟ ଏବଂ ସୋବା ଯୋଗାଇଦେବାକୁ ସକ୍ଷମ ହେବୁ । କରୋନା ନିୟମ ସହ ବର୍ତ୍ତମାନ ସେବା ପ୍ରଦାନ କରାଯାଉଛି । ୧୨୦୦ ଟଙ୍କାରୁ ୧୫ହଜାର ଟଙ୍କା ମଧ୍ୟରେ ପ୍ରଡକ୍ଟ ରେଞ୍ଚ ଉପଲବ୍ଧ ରହିଛି । ଏଥନିକୱେର ବର୍ଗରେ ଗ୍ରାହକଙ୍କ ପାଇ ନୂଆ କଲେକ୍ସନ ରହିଥିବା ଜୈଶୱାଲ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.