fbpx

(Watch Video) ‘ଜୀବିତ ଅଛନ୍ତି ଶିନା ବୋରା’…  ମା’ ଇନ୍ଦ୍ରାଣୀଙ୍କ ସିବିଆଇକୁ ଚିଠି ପରେ ମାମଲାରେ ଟ୍ୱିଷ୍ଟ

ନୂଆଦିଲ୍ଲୀ: ଶିନା ବୋରା ହତ୍ୟାକାଣ୍ଡ  ମାମାଲାରେ ନୂଆ ଟିଷ୍ଟ । ଶିନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଆଣିଲେ ନୂଆ ତଥ୍ୟ । ଇନ୍ଦ୍ରାଣୀ କହିଛନ୍ତି  ଶିନା ବୋରା ବଞ୍ଚିଛନ୍ତି ଏବଂ କାଶ୍କୀରରେ ଅଛନ୍ତି । ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଇନ୍ଦ୍ରାଣୀ । ବାଇକୁଲା ଜେଲରେ ସୂଚନା ଦେଇଥିବା ପତ୍ରରେ ଏହି ଦାବି କରିଛନ୍ତି ଇନ୍ଦ୍ରାଣୀ । ଇନ୍ଦ୍ରାଣୀ ମୁଖାର୍ଜୀ ପତ୍ର ଲେଖି ନିଜ ଝିଅ ବଞ୍ଚିଥିବା କଥା କହିଛନ୍ତି ଏବଂ କହିଛନ୍ତି ତାଙ୍କୁ ଯାଞ୍ଚ ଏଜେନ୍ସି ଖୋଜିବା ଦରକାର । ସେପଟେ ଏହି ମାମଲାରେ ଇନ୍ଦ୍ରାଣୀଙ୍କ ଓକିଲଙ୍କ କହିବା ଅନୁଯାୟୀ, ଯେହେତୁ ଇନ୍ଦ୍ରାଣୀ ସିଧାସଳଖ ସିବିଆଇକୁ ଚିଠି ଲେଖିଛନ୍ତି ତେଣୁ ତାଙ୍କୁ ପତ୍ରରେ କ’ଣ ଲେଖିଛନ୍ତି ଜଣା ନାହିଁ ।

ସୂଚନାଯୋଗ୍ୟ, ଶିନା ବୋରା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରଥମ ବିବାହର ସନ୍ତାନ । ଇନ୍ଦ୍ରାଣୀଙ୍କୁ ୨୦୧୫ରେ ଶିନା ବୋରା ମର୍ଡର କେସରେ ଗିରଫ କରାଯାଇଥିଲା । ଇନ୍ଦ୍ରାଣୀଙ୍କ ଅଭିଯୋଗ ରହିଛି ଯେ ସେ ତାଙ୍କର ପୂର୍ବ ସ୍ୱାମୀ ସଞ୍ଜୀବ ଖନ୍ନା ଏବଂ ଡ୍ରାଇଭର ଶ୍ୟାମ ରାୟଙ୍କ ସହ ମିଶି ଶିନାଙ୍କୁ ହତ୍ୟା କରିଥିଲେ, ଏବଂ ମୃତଦେହକୁ ନଷ୍ଟ କରିଦେଇଥିଲେ ।

 

 

 

 

 

Get real time updates directly on you device, subscribe now.