fbpx

ଆଉ ସିବିଏସଇ ପ୍ରଶ୍ନ ପତ୍ରରେ ଆସିବନି ଭୁଲ୍ ପ୍ରଶ୍ନ, ଗଠନ ହେଲା ସ୍ୱତନ୍ତ୍ର କମିଟି

ନୂଆଦିଲ୍ଲୀ : ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ପ୍ରଶ୍ନ ପତ୍ରରେ ବାରମ୍ବାର ତ୍ରୁଟିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ସତର୍କ ହୋଇ ଉଠିଛି । ଭବିଷ୍ୟତରେ ଯେମିତି ଏମିତି ଭୁଲର ପୁନରାବୃତ୍ତି ନଘଟେ ଏଥିପାଇଁ ଏକ କମିଟିର ଗଠନ କରାଯାଇଛି । ଏହି କମିଟି ପ୍ରଶ୍ନ ପତ୍ର ପ୍ରସ୍ତୁତି ପ୍ରକ୍ରିୟାର ତନ୍ନ ତନ୍ନ ଯାଞ୍ଚ କରିବେ ଏବଂ ସୁଧାରର ସମୀକ୍ଷା କରିବେ । ବୋର୍ଡ ଏହି ନିଷ୍ପତ୍ତି ଦଶମ ଏବଂ ଦ୍ୱାଦଶର ପ୍ରଥମ ଟର୍ମ ପରୀକ୍ଷାରେ ପ୍ରଶ୍ନପତ୍ରରେ ଥିବା ତ୍ରୁଟି ସାମ୍ନାକୁ ଆସିବା ପରେ ନେଇଛି । ସିବିଏସଇ ପ୍ରଶ୍ନ ପତ୍ରରେ ଚଳିତ ମାସରେ ଅତି କମରେ ତିନି ତିନି ଭୁଲ୍ ସାମ୍ନାକୁ ଆସିଛି । ଏଥିରେ ମହିଳାଙ୍କୁ ନେଇ ବିବାଦୀୟ ପ୍ରଶ୍ନ ଜଡିତ ଥିଲା । ଏହାକୁ ନେଇ ସଂସଦରେ ହଙ୍ଗାମା ମଧ୍ୟ ହୋଇଥିଲା ।

ତ୍ରୁଟିକୁ ନେଇ ସାମାଜିକ ଗଣମାଧ୍ୟମରେ ସିବିଏସଇର ଖୁବ୍ ସମାଲୋଚନା କରାଯାଇଥିଲା । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ରକୁ ନେଇ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ । ବିବାଦ ବଢିବା ପରେ ବୋର୍ଡ ବିବାଦୀୟ ପାସେଜକୁ ପ୍ରଶ୍ନ ପତ୍ରୁ ହଟାଇବା ସହ ଏହାର ପୂରା ନମ୍ବର ଦେବାକୁ ନିଷ୍ପତ୍ତି ନେଇଥିଲା । ଏଥିସହ ଏବେ ଆଉ ଭାବାବେଗକୁ ଆଘାତ ଦେଉଥିବା ପ୍ରଶ୍ନ କରାଯିବ ନାହିଁ ବୋଲି ସିବିଏସଇ କହିଥିଲା ।

Get real time updates directly on you device, subscribe now.