ଆସନ୍ତା ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫’, ସାମିଲ ହେବେ ୮ ହଜାରରୁ ଉର୍ଦ୍ଧ୍ୱ ଚାଷୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫’ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାବେଶ ଆସନ୍ତା ଫେବୃଆରୀ ୧୬ ତାରିଖ ଯାଏଁ ଚାଲିବ । ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ଘାଟନ କରିବେ । ଏହି ସମାବେଶରେ ୮ ହଜାର ୧୬୪ ଜଣ ଚାଷୀ ଓ ପଶୁ ପାଳକ ସାମିଲ ହେବେ ।

କହିରଖୁଛୁ ଏହି ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ । ସମାବେଶରେ ଆଧୁନିକ ଜ୍ଞାନକୌଶଳଳ ବ୍ୟବହାର ନେଇ ସଚେତନତ କରାଯିବ ।