fbpx
BSKY
BJD MC SKY
BJD YOUTH SKY

(VIDEO) ଅଦରକାରୀ ମାଛକାତିରୁ ଲକ୍ଷପତି; ରାଜ୍ୟ ବାହାରକୁ ହେଉଛି ଚାଲଣ

ଖୋର୍ଦ୍ଧା: ଓଡିଶାର ଚିଲିକା କାଳିଯାଇ ପାଇଁ ଯେତିକି ପ୍ରସିଦ୍ଧ ମାଛ ପାଇଁ ମଧ୍ୟ ସେତିକି ଜଣାଶୁଣା । ଏଠାକାର ମାଛ ଦେଶକୁ ଚାଳନ କରାଯାଉଥିବାବେଳେ ମାଛ କାତି କିନ୍ତୁ ବିଦେଶକୁ ଯାଉଛି । ଯାହାଫଳରେ ଏଠିକାର ଲୋକେ ଖାସ କରି ମାଛ ବ୍ୟବସାୟୀ ମାଛ ପରିବର୍ତ୍ତେ ମାଛକାତି ପାଇଁ ଲକ୍ଷପତି ହେଉଛନ୍ତି । ଚିଲିକାର ମାଛ କାତି ସେମାନଙ୍କୁ ରୋଜଗାର ଦେଇଛି । ଏହି ଅଦରକାରୀ ଅସନା ମାଛ କାତିରୁ ବିଭିନ୍ନ ପ୍ରକାରର ଚୁମୁକି ଓ ଔଷଧ ପ୍ରସ୍ତୁତ ହେଉଛି । ତେଣୁ ନିୟମିତ ଭାବରେ ଏହି ମାଛକାତି ଚିଲିକା (ବାଲୁଗାଁ) ରୁ କଲିକତା ଚାଲାଣ ହେଉଛି । ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା ।

ଖୋର୍ଦ୍ଧା ଜିଲ୍ଲାର ଚିଲିକା କୂଳ ତଥା ବାଲୁଗାଁ ମାଛ ପେଣ୍ଠ ଠାରେ କିଛି ମହିଳା ବ୍ୟବସାୟୀ ବଡ ବଡ ମାଛ ଯଥା ରୋହି ଓ ଭାକୁର ମାଛ ର କାତି କୁ ଭଲ ଭାବରେ ସଫା କରିବା ପରେ ଏହାକୁ ଖରାରେ ଦୁଇ ତିନି ଦିନ ଶୁଖାଇଥାନ୍ତି । ଏହାପରେ କଲିକତା ର କେତେକ ବ୍ୟବସାୟୀଙ୍କୁ ଏହି ମାଛ କାତି କୁ କେଜି / କିଲୋ ପ୍ରତି ୨୦ ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି ।ଏହାପରେ ସେହି ମାଛକାତିକୁ କଲିକତାରୁ ପ୍ରୋସେସିଂ କରାଯାଇ ବିଭିନ୍ନ ଔଷଧ ପ୍ରସ୍ତୁତ ପାଇଁ ବିଦେଶକୁ ପଠାଯାଉଛି । ଏଥିସହିତ ବିଭିନ୍ନ ପ୍ରାକର ଚୁମୁକି ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ମାଛର କାତି କୁ ଅଦରକାରୀ ଭାବେ ଫୋପାଡି ଦେଉଥିବା ବେଳେ ଏହାକୁ କଲିକତା କୁ ରପ୍ତାନୀ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ମାଛ ବ୍ୟବସାୟୀ ।

ତେବେ ଏହାକୁ ନେଇ ବ୍ୟବସାୟୀ କହିଛନ୍ତି “ମାଛ କାତିକୁ ଆମେ ଶୁଖାଇ କଲିକତା ପଠାଉଛୁ । ଏହାପରେ ସେମାନେ ମାଛ କାତି କୁ ଗ୍ରାଇଣ୍ଡିଂ କରି ପାଉଡର ଭଳି ଗୁଣ୍ଡ ତିଆରି କରିଥାନ୍ତି । ଏହି ମାଛକାତି ଗୁଣ୍ଡ ଚାଇନାକୁ ରପ୍ତାନୀ ହେଉଛି । ସେଠାରେ ସେମାନେ ଏହି ଗୁଣ୍ଡକୁ ଖାଇଥାନ୍ତି । ଆମେ ମାଛକାତି କିଲୋ ୨୦ ରୁ ୩୦ ଟଙ୍କା ହିସାବରେ ବିକ୍ରି କରୁଛୁ । ପ୍ରତିମାସରେ ପାଖାପାଖି ୨ ରୁ ୩ କ୍ୱିଣ୍ଟାଲ ବିକ୍ରି ହେଇଛି । ଅନ୍ୟପକ୍ଷେ ଏହି ମାଛ କାତିରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.