fbpx
BSKY SKY
BSKY SKY

ମାଗଣା ରାସନ ନେଉଥିବା ଲୋକଙ୍କୁ ଝଟକା, ସରକାର କମାଇଲେ ଚାଉଳ କୋଟା: ଜାଣନ୍ତୁ ଏବେ କେତେ ମିଳିବ ?

BSKY

ନୂଆଦିଲ୍ଲୀ: ଯଦି ଆପଣ ଜଣେ ରାସନକାର୍ଡଧାରୀ ଓ ପ୍ରତି ମାସରେ ସରକାରଙ୍କ ଦ୍ୱାରା ପରିଚାଳିତ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଲେଙ୍ଗାନା ସରକାର ରାସନ ଯୋଜନାର ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ରାସନ କାର୍ଡ ଥିବା ସମସ୍ତ ୯୧.୫ ଲକ୍ଷ ପରିବାରକୁ ରାଜ୍ୟ ସରକାର ମାଗଣା ଚାଉଳ ବଣ୍ଟନ ଆରମ୍ଭ କରିଛନ୍ତି ।

ତିନି ମାସ ପର୍ଯ୍ୟନ୍ତ ମିଳିବ ୫ କିଲୋ ଚାଉଳ:-
ରାଜ୍ୟ ସରକାରଙ୍କ ନୂଆ ବ୍ୟବସ୍ଥା ଅନୁଯାୟୀ, ହିତାଧିକାରୀ ପରିବାରର ପ୍ରତ୍ୟେକ ସଦସ୍ୟ ଆସନ୍ତା ତିନିମାସ (ଜାନୁୟାରୀରୁ ମାର୍ଚ୍ଚ) ପର୍ଯ୍ୟନ୍ତ ୫ କିଲୋଗ୍ରାମ ଚାଉଳ ଦିଆଯିବ । ଅର୍ଥାତ୍ ପ୍ରତ୍ୟେକ ମାସ ଆଧାରରେ ଏକ କିଲୋଗ୍ରାମ ଚାଉଳ କମ୍ ଦିଆଯିବ । ତେବେ ହିତାଧିକାରୀଙ୍କୁ ୬ କିଲୋଗ୍ରାମ ଚାଉଳ ଦେବାର ବ୍ୟବସ୍ଥା ରହିଛି । ଏହି ନିୟମ ଅନୁଯାୟୀ, ଏପ୍ରିଲ ମାସରୁ ୬ କିଲୋଗ୍ରାମ ଚାଉଳ ଯୋଗାଣ ଆରମ୍ଭ ହେବ ।

୨୦୦ କିଲୋଗ୍ରାମ ବଦଳରେ ୨୦୩ କେଜି ଚାଉଳ :
ରାଜ୍ୟ ନାଗରିକ ଯୋଗାଣ ମନ୍ତ୍ରୀ ଗଙ୍ଗୁଲା କମଲାକର କହିଛନ୍ତି ଯେ, PMGKY ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୨୦୩ କିଲୋଗ୍ରାମ ଚାଉଳ ଦିଆଯାଇଛି । ସଫ୍ଟୱେୟାରରେ ପରିବର୍ତ୍ତନ ହେତୁ ଏପରି ଘଟିଛି । ତେବେ ୨୦୨୧ ମେ’ରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ୨୦୦ କିଲୋଗ୍ରାମ ଚାଉଳ ଦେବାର ଥିଲା, କିନ୍ତୁ ତିନି କିଲୋଗ୍ରାମ ଅଧିକ ଦିଆଯାଇଥିଲା । ବର୍ତ୍ତମାନ କୋଟାକୁ ସୁଧାରିବା ପାଇଁ ସରକାର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସରେ ୧ କିଲୋଗ୍ରାମ କମ୍ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

କମଲାକର କହିଛନ୍ତି ଯେ, ଏପ୍ରିଲରୁ ରାସନ କାର୍ଡଧାରୀ ପରିବାରକୁ ପ୍ରତି ବ୍ୟକ୍ତିଙ୍କ ପାଇଁ ୬ କିଲୋଗ୍ରାମ ଚାଉଳ ବଣ୍ଟନ ଆରମ୍ଭ ହେବ । PMGKY ଅଧୀନରେ ୫୪.୪୮ ଲକ୍ଷ ପରିବାର ସୁବିଧା ପାଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୯୨ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରୁଛନ୍ତି । ଲକଡାଉନ ସମୟରେ ରାସନ କାର୍ଡଧାରୀମାନଙ୍କୁ କେନ୍ଦ୍ର ମାଗଣା ଚାଉଳ ଦେଇଥିଲା । ଏଥିସହ ରାଜ୍ୟ ସରକାର ଦୁଇମାସ ପାଇଁ ପ୍ରତି ପରିବାରକୁ୧,୫୦୦ ଟଙ୍କା ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ପରିବାର ପିଛା ୫୦୦ ଟଙ୍କା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.