fbpx

ଫିଟ୍ କର୍ମଚାରୀଙ୍କୁ ମିଳିବ ବୋନସ୍ ଓ ୧୦ ଲକ୍ଷ ଟଙ୍କାର ଲକି ଡ୍ର’, ଜାଣନ୍ତୁ ଏସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ୱର୍କ ଫ୍ରାମ୍ ହୋମ୍ ଧାରା ଆରମ୍ଭ ହୋଇଛି । ଅନେକ କର୍ମଚାରୀ ଘରେ ରହି କାମ ଅଫିସ୍ କାମ କରୁଛନ୍ତି । ତେବେ ଏଥିରେ ଦୀର୍ଘ ଦିନ ଧରି ଘରେ ବସି କାମ କରୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ହେଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ଏହାକୁ ଗୁରୁତର ସହ ନେଇଛନ୍ତି। ଏହି କ୍ରମରେ ଏକ କମ୍ପାନୀ ସାମିଲ ହୋଇଛି ଯାହାର ନାମ ହେଉଛି ଜେରୋଧା ବ୍ରୋକିଂ ଲିମିଟେଡ୍(Zerodha Broking Limited) ।

ଜେରୋଧାର ପ୍ରତିଷ୍ଠାତା ନିତିନ କାମତ୍ କରୋନା ମହାମାରୀ ସମୟରେ କମ୍ପାନୀର କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କାମତ କହିଛନ୍ତି ଯେ ସମଗ୍ର ବିଶ୍ୱ ପ୍ରଥମ ଲକଡାଉନ୍ ପରେ ଶାରୀରିକ କାର୍ୟ୍ୟକଳାପରେ ଅଭାବ, ଖରାପ ଖାଦ୍ୟ ଏବଂ ଅନ୍ୟାନ୍ୟ କାରଣରୁ ତାଙ୍କ ଟିମ୍ କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ଏକ ନୁତନ ପଦକ୍ଷେପ ନେବା କଥା ଚିନ୍ତା କରିଥିଲେ ।

ସେ ଆଗକୁ କହିଛନ୍ତି ଯେ, କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁୂ ୧୨ ମାସର ହେଲଥ୍ ଗୋଲ୍ ସେଟ୍ କରିବାକୁ କୁହାଯାଇଥିଲା । ଆଉ ଗୋଲ୍ ଅନୁସାରେ ହେଲଥ୍ ଅପଡେଟ୍ ଦେବାକୁ କହିଥିଲେ । ଏହି ପ୍ରୋଗ୍ରେସ୍ ରେ ଲୋକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଜିରୋଧା ନିଜର କର୍ମଚାରୀ ମାନଙ୍କୁ ଅପିଲ୍ କରିଥିଲେ ଯେ, ଯେଉଁ ମାନେ ନିଜର ହେଲଥ୍ ଗୋଲ୍ ହାସିଲ୍ କରିବେ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବେ ସେମାନଙ୍କୁ ଦରମା ସହିତ ବୋନସ୍ ମିଳିବ ଏବଂ ୧୦ ଲକ୍ଷ ଟଙ୍କାର ଲକି ଡ୍ର ମଧ୍ୟ ମିଳିବ । ସେ ଏପରି ଘୋଷଣା କରିବା ପରେ କର୍ମଚାରୀ ମାନଙ୍କ ପକ୍ଷରୁ ଖୁବ୍ ଭଲ ରେସପନ୍ସ ମିଳିଥିଲା । ଏହି ଘୋଷଣା ପରେ କର୍ମଚାରୀ ମାନେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ସହିତ କାମ ଉପରେ ବି ଫୋକସ୍ କରିବାକୁ ଲାଗିଲେ । କାମତ୍ ଏହି ଉପାୟକୁ ସୋସିଆଳ ମିଡିଆରେ ସେୟାର୍ କରିଛନ୍ତି । ଯଦ୍ୱାରା ଅନ୍ୟ କମ୍ପାନୀ ମାନେ ଏହାକୁ ଫଲୋ କରିପାରିବେ ।

Get real time updates directly on you device, subscribe now.