fbpx

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ, ପଞ୍ଜଶୀର ଉପତ୍ୟକା ଅକ୍ତିଆର କରିବାର ନୂଆ ଷଡଯନ୍ତ୍ର

ପଞ୍ଜଶୀର: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ପୋଷ୍ଟ ସେୟାର କରିବାକୁ ରୋକିବାକୁ ଯାଇ ତାଲିବାନ ଏପରି କରିଥିବା ଜଣାପଡିଛି । ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏପର୍ଯ୍ୟନ୍ତ ତାଲିବାନ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ସେଠାରେ ନିଜର ଶାସନ କୁ ବଢାଇବା ପାଇଁ କରୁଥିବା ଷଡଯନ୍ତ୍ରରେ ତାଲିବାନୀ ମାନେ ଏପରି କରୁଛନ୍ତି । ପଞ୍ଜଶୀର ଅନେକ ତାଲିବାନ ବିରୋଧୀ ଏକାଠି ହୋଇଛନ୍ତି । ଆଫଗାନିସ୍ତାନ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାରେ ଅଛନ୍ତି ।

Get real time updates directly on you device, subscribe now.