fbpx

Fitch ରିପୋର୍ଟ ସାଜିଲା ସଞ୍ଜିବନୀ: ଅଦାନୀ ଗ୍ରୁପକୁ ମିଳିଲା ଆଶ୍ୱସ୍ତି, ନିବେଶକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପର ଶେୟାର ତଳକୁ ଖସିବାରେ ଲାଗିଛି । ଏହାଫଳରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଗତ ୧୦ ଦିନ ମଧ୍ୟରେ ୯ ଲକ୍ଷ କୋଟିର କ୍ଷତି ସହିଛନ୍ତି । ଏଥିସହିତ ସେ ବିଶ୍ୱର ଟପ-୧୦ ଧନୀ ଲିଷ୍ଟରୁ ଆଉଟ୍ ହୋଇଯାଇଛନ୍ତି । ଏହା ମଧ୍ୟରେ ଗ୍ଲୋବାଲ ରେଟିଂ ଏଜେନ୍ସି ଫିଚ ପକ୍ଷରୁ ଅଦାନୀ ଗ୍ରୁପ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର ।

ଏହା ମଧ୍ୟରେ ଅଦାନୀ ଗ୍ରୁପକୁ ୯ଟି ଖରାପ ଖବର ମିଳିଥିବା ବେଳେ ଶେଷରେ ଫିଚ ରେଟିଂସ ଗୋଟିଏ ଭଲ ଖବର ଦେଇଛି । ରେଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି, ଅଦାନୀ ଗ୍ରୁପର କମ୍ପାନୀ ବା ସିକ୍ୟୁରିଟିଜର ରେଟିଂ ଉପରେ ସଙ୍ଗେସଙ୍ଗେ ପ୍ରଭାବ ପଡ଼ିବ ନାହିଁ । ତେବେ ଫିଚ ରେଟିଂ ପକ୍ଷରୁ ଏହା କୁହାଯିବା ପରେ ଗ୍ରୁପର କ୍ୟାଶ ଫ୍ଲୋ’ରେ କୌଣସି ପରିବର୍ତ୍ତନ ହୋଇ ନପାରେ ।

ଶର୍ଟ ଟର୍ମରେ କୌଣସି ଅଫଶୋର ବଣ୍ଡ ମ୍ୟାଚ୍ୟୁରିଟି ହୋଇ ନାହିଁ । ଆସନ୍ତା ୨୦୨୪ ଡିସେମ୍ବରରେ ଅନାନୀ ଏନର୍ଜି ବଣ୍ଡର ମ୍ୟାଚ୍ୟୁରିଟି ହେବ । ଅଦାନୀ ପୋର୍ଟ ଓ ଅମ୍ବୁଜା ସିମେଣ୍ଟର ଶେୟାର ସବୁଜ ପ୍ରତୀକ ଭାବେ ବନ୍ଦ ହୋଇଥିବା ବେଳେ ଅଦାନୀ ଏଣ୍ଟରପ୍ରାଇଜର୍ସର ଶେୟାରରେ ଜୋରଦାର ରିକଭରି ଦେଖିବାକୁ ମିଳିଛି । ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ ଅଦାନୀ ଗ୍ରୁପର କ୍ରେଡିଟ ପ୍ରୋଫାଇଲ ଉପରେ ଏବେ ପଡ଼ିବ ନାହିଁ ବୋଲି ଫିଚ ପକ୍ଷରୁ କୁହାଯାଇଛି । ଅଦାନୀ ଗ୍ରୁପର ଆଠଟି କମ୍ପାନୀକୁ ଫିଚ ଷ୍ଟେବଲ ରେଟିଂ ଦେଇଛି । ତେବେ ଫିଚ ରିପୋର୍ଟ ନିବେଶକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି ।

Get real time updates directly on you device, subscribe now.