fbpx

ରିସର୍ଚ୍ଚରୁ ବଡ ଖୁଲାସା: ଭାରତୀୟଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ରଖୁଛନ୍ତି ଅନୈତିକ ସମ୍ପର୍କ

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକେ ନିଜ ଖୁସି ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି | କିଏ ବାହାରେ ବୁଲି ନିଜକୁ ଖୁସି କରୁଛି ତ ଆଉ କିଏ ନିଜ ଜୀବନସାଥି ସହ ସମୟ ଅତିବାହିତ କରି ଖୁସି ହେଉଛି | କିନ୍ତୁ ବର୍ତ୍ତମାନ ଏକ ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସଛି | ଯାହାକି ଜଣାପଡିବା ପରେ ଅନେକ ଭଡ଼ିଆଙ୍କ ହୋସ ଉଡି ଯାଇଛି | ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରିସର୍ଚ୍ଚ ବିଷୟରେ , ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି |

ଫ୍ରାନ୍ସର ଏକ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍ ଅନୁସାରେ, ଭାରତର ପାଖାପାଖି କୋଡିଏ ଲକ୍ଷରୁ ଅଧିକ ଲୋକ ଅନୈତିକ ସମ୍ପର୍କ ବା ଏକ୍ସଟ୍ରା ମାରିଟାଲ ଅଫେୟାର ରଖୁଛନ୍ତି । ଫ୍ରାନ୍ସର ଏକ୍ସଟାମାରିଟାଲ୍ ଡେଟିଂ ଆପ୍ ଗ୍ଲେଡେନ୍ ଅନୁଯାୟୀ ଏହି ଆକଳନ କରାଯାଇଛି । ତେବେ ୨୦୨୨ ମସିହାରେ, ଦଶ ମିଲିୟନ୍ ଅର୍ଥାତ୍ ଏହି ଆପ୍ ର ଦଶ ମିଲିୟନ୍ ଉପଭୋକ୍ତା ହାସଲ କରିଛି। ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଭାରତୀୟ କେବଳ ଅଟନ୍ତି। ସବୁଠୁ କୌତୁହଳର ବିଷୟ ହେଉଛି ସମସ୍ତ ବଡ ଏବଂ ଛୋଟ ସହରର ଲୋକମାନେ ଏଥିରେ ଜଡିତ ଅଛନ୍ତି ଏବଂ ଇଞ୍ଜିନିୟର୍ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଏହି ଆପ୍ ମାଧ୍ୟମରେ ଏକ୍ସଟ୍ରା ମାରିଟାଲ ଅଫେୟାର ରଖୁଛନ୍ତି। ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍ ଗ୍ଲେଡେନ୍ (Gladen Extra Marital Affiars) ଅନୁଯାୟୀ, ଏହି କମ୍ପାନୀର ସାରା ବିଶ୍ୱରେ ଉପଭୋକ୍ତା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଉପଭୋକ୍ତା କେବଳ ଭାରତର ଏବଂ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ଅଟନ୍ତି। ଏହି ଆପ୍ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ଜୀବନରେ କିଛି ନୂଆ ଚାହାଁନ୍ତି |

ଏହି ଆପରେ ସମସ୍ତ ବୟସର ପୁରୁଷ ଏବଂ ମହିଳା ଅଛନ୍ତି। ତେବେ ଖାସ କରି ମହିଳାମାନଙ୍କର ହାରାହାରି ବୟସ ୨୬ ବର୍ଷ ହୋଇଥିବାବେଳେ ପୁରୁଷମାନଙ୍କର ହାରାହାରି ବୟସ ପ୍ରାୟ ୩୦ ବର୍ଷ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ, ବହୁ ସଂଖ୍ୟକ ଗୃହିଣୀ ମଧ୍ୟ ଏହି ଆପ୍ ବ୍ୟବହାର କରୁଛନ୍ତି । ଡେଟିଂ ଆପ୍ ରେ ୪୪ ପ୍ରତିଶତ ଲୋକ ଟିୟର ୨ ଏବଂ ୩ ସହର ଅର୍ଥାତ୍ କୋଡିଏ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକର ବୋଲି ଜଣାପଡ଼ିଛି । ଯେତେବେଳେ ପ୍ରାୟ ୬୬ ପ୍ରତିଶତ ଲୋକ ଟିୟର ୱାନ ସହର ଅର୍ଥାତ୍ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରୁ ଆସିଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ, ଡାକ୍ତରଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟର୍ ପର୍ଯ୍ୟନ୍ତ ସମସ୍ତେ ଏହି ଡେଟିଂ ଆପ୍ ବ୍ୟବହାର କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଧନୀ ଶ୍ରେଣୀର ଲୋକମାନେ ମଧ୍ୟ ଏହି ଆପରେ ଅନ୍ତର୍ଭୁକ୍ତ । ଏଥି ସହିତ ଆପରେ ମହିଳାମାନଙ୍କ ପାଇଁ ସୁରକ୍ଷା ବୈଶିଷ୍ଟ୍ୟ (Dating App Features) ଅଛି, ତେଣୁ ମହିଳାମାନେ ମଧ୍ୟ ଏହାକୁ ବହୁତ ବ୍ୟବହାର କରୁଛନ୍ତି ।

Get real time updates directly on you device, subscribe now.