fbpx

ବୈଜ୍ଞାନିକମାନଙ୍କ ବଡ ଖୁଲାସା: ୟୁରିନ ଟେଷ୍ଟରୁ ବି ଜଣାପଡିବ ଏହି ବଡ ରୋଗ

ନୂଆଦିଲ୍ଲୀ: ବୌଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ଗବେଶଣା କରିଥାନ୍ତି । କେତେବେଳେ କୌଣସି ବସ୍ତୁ ନେଇ ରିସର୍ଚ୍ଚ କରନ୍ତି ତ ଆଉ କେତେବେଳେ ମାନବ ଶରୀରର କିଛି ଜିନିଷକୁ ନେଇ ଅନୁଧ୍ୟାନ କରନ୍ତି । ତେବେ ଏହାରି ମଧ୍ୟରେ ବୌଜ୍ଞାନିକମାନେ ମାନବ ଶରୀରର ସୂତ୍ରକୁ ନେଇ ଏକ ଗବେଶଣା କରିଥିଲେ । ଯେଉଁଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି । ଯାହାଦ୍ୱାରା ଏକ ବଡ ରୋଗ ବିଷୟରେ ମଧ୍ୟ ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବୈଜ୍ଞାନିକମନେ ମାନବ ୟୁରିନରେ ଏକ ପ୍ରମୁଖ ମେମ୍ବରେନ୍ ପ୍ରୋଟିନକୁ ଚିହ୍ନଟ କରିବା ପାଇଁ ବହୁତ ଗୁରୁତ୍ୱପୂଣ୍ଣ ଏବଂ ନୂଆ ଉପକରଣର ବ୍ୟବହାର କରିଛନ୍ତି । ଯାହାଦ୍ୱାରା କୌଣସି ରୋଗୀ କିମ୍ବା ବ୍ୟକ୍ତିକୁ ବ୍ରେନ ଟ୍ୟୁମର ରୋଗ ଅଛି କି ନାହିଁ ତାହା ଜଣାପଡିବ । ତେବେ ମେମ୍ବରେନ୍ ପ୍ରୋଟିନ୍ ଏପରି ଏକ ପ୍ରୋଟିନ୍ ଯାହା ବାୟୋମେମ୍ବରେନ୍ ଗଠନ କରେ କିମ୍ବା ବାୟୋମେମ୍ବରେନଗୁଡିକୁ ବାନ୍ଧିବା ଏବଂ ଅତିକ୍ରମ କରିବାରେ ସାହାଯ୍ୟ କରେ । ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ଏକ ପ୍ରୋଟିନ୍ ଟ୍ୟୁମର ଖୋଜିବା ପାଇଁ ଆକ୍ରମଣକାରୀ ପରୀକ୍ଷଣର ଆବଶ୍ୟକତାକୁ ହ୍ରାସ କରିପାରେ ଏବଂ ଟ୍ୟୁମରପ୍ରାରମ୍ଭିକ ଅବସ୍ଥାକୁ ଚିହ୍ନଟ କରିବାର ସମ୍ଭାବନାକୁ ବଢାଇପରେ । ଯାହାଦ୍ୱାରା ଏହି ଟ୍ୟୁମରକୁ ଅପରେଶନବ କରି ବାହାର କରାଯାଇପାଇବ ।

ସାମ୍ପ୍ରତିକ ସମୟରେ, ଅନେକ ପ୍ରକାରର କର୍କଟ ରୋଗର ଶୀଘ୍ର ଚିହ୍ନଟ ହେତୁ କର୍କଟ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବୃଦ୍ଧି ପାଇଛି । ଅବଶ୍ୟ, ଗତ ୨୦ ବର୍ଷ ମଧ୍ୟରେ ବ୍ରେନ୍ ଟ୍ୟୁମର ଥିବା ଲୋକଙ୍କ ବଞ୍ଚିବାର ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। କାରଣ ବ୍ରେନ୍ ଟ୍ୟୁମରର ଲକ୍ଷଣ ଜାଣି ଏହାକୁ ଚିହ୍ନଟ କରିବାରେ ବହୁତ ବିଳମ୍ବ ହୋଇଥାଏ । ଯାହାଫଳରେ ଜଣେ ରୋଗିକୁ ବଞ୍ଚାଇବା ସମ୍ଭବ ହୋଇପାରେ ନାହିଁ ।

ଅଧ୍ୟୟନ ଅନୁଯାୟୀ, ମସ୍ତିଷ୍କ ଟ୍ୟୁମରରେ ପୀଡିତ ବ୍ୟକ୍ତିଙ୍କ ସମ୍ଭାବ୍ୟ ସୂଚକ ହେଉଛି ସେମାନଙ୍କ ମୂତ୍ରରେ ଟ୍ୟୁମର ସମ୍ବନ୍ଧୀୟ ଏକ୍ସଟ୍ରାସେଲୁଲାର ଭେସିକଲ୍ସ (ଇଭି) ର ଉପସ୍ଥିତି। ଏଥିରେ ଦର୍ଶାଯାଇଛି ଯେ ଇଭିଗୁଡ଼ିକ ମାଇକ୍ରୋ ସାଇଜ୍ କୋଷ ଯାହା ସେଲ୍-ଟୁ-ସେଲ୍ ଯୋଗାଯୋଗ ସହିତ ଅନେକ କାର୍ଯ୍ୟରେ ଜଡିତ । ଯେହେତୁ ମସ୍ତିଷ୍କ କର୍କଟ ରୋଗୀଙ୍କଠାରେ ମିଳୁଥିବା ଏହି ଇଭିଗୁଡ଼ିକରେ ନିର୍ଦ୍ଦିଷ୍ଟ ପ୍ରକାରର RNA ଏବଂ ମେମ୍ବରେନ୍ ପ୍ରୋଟିନ୍ ଥାଏ, ସେଗୁଡିକ କର୍କଟ ଚିହ୍ନଟ ପାଇଁ ବ୍ୟବହୃତ ହୋଇପାରେ । ଯାହା ଦ୍ୱାହରା ଦଣେ ବ୍ୟକ୍ତିର ଜୀବନ ଅତି ସହଜରେ ବଞ୍ଚାଇ ହେବ ।

Get real time updates directly on you device, subscribe now.